Wq/or/ସାନ୍ଧ୍ୟ ବା ଦ୍ଵିଅର୍ଥ ବୋଧକ

From Wikimedia Incubator
< Wq‎ | or
Wq > or > ସାନ୍ଧ୍ୟ ବା ଦ୍ଵିଅର୍ଥ ବୋଧକ
  1. କଣା କରାଣ୍ଡି ଦରାଣ୍ଡି ଧରିଛି
    ମାଠିଆରେ ଛୋଟା ଯାଇ ପଶିଛି
    ମକର ପିଠିରେ ବହଇ କୁଜ
    ଷଣ୍ଢ ମୁଣ୍ଡେ ଚାନ୍ଦ ଦିଶଇ ତେଜ
    ଏତେ ଗ୍ରହ ଏତେ ସ୍ଥାନରେ ଥିଲେ
    ଦାସୀପୁଅ ଛତା ଟେକାଏ ଭଲେ
  2. ଦାନ୍ତ ରଗଡ଼ିଲେ କି ହେବ ଗୋରି,
    ଗେରସ୍ତ ଦାନ୍ତିଛି ଯାହାକୁ,
    ସୁନା ଖଟୁଳିରେ ଜାମୁକୋଳି ଥାପି
    ଦାନ୍ତେଇ ଖାଉଛି ଦିହକୁ!
  3. ଫଟା ମୃଦଙ୍ଗକୁ ଜଡା ବାଇଦ ଲୋ
    କାଣୀ ଦାରୀ ସେଠି ନାଚେ
    ଅବୁଝା ରଜାକୁ କେମ୍ପା ମୂର୍ଖମନ୍ତ୍ରୀ
    ଯିଏ ଯାହା ଇଛା କରେ