Wq/or/ଶ୍ରୀ ଜଗନ୍ନାଥ ଭଜନ,ଜଣାଣ/ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା
ମଣିମା ଶୁଣିମା ହେଉ[edit | edit source]
ମଣିମା !ଶୁଣିମା ହେଉ ଗରିବ ଡାକ
ନୀରକ୍ଷ ଜନକୁ ରଖ ପଙ୍କଜ ମୁଖ।।ଘୋଷା।।
କୃପା ସାଗର କାହିଁକି_ ମୋ ବେଳକୁ ଗଲା ଶୁଖି
ଜାଣିଲି ମୋ କର୍ମବାଙ୍କ ନୁହଁ ସଳଖ।।୧।।
ଆତଙ୍ଗ ନାଶନ ବାନା_ ନଶୁଣ ଭୃତ୍ୟ ଭେଦନା
ଏବେ ହୋଇଯିବ ମନା କେ ଦେବ ଡାକ।।୨।।
ଦାସ ଯେବେ ନାଶ ଯିବ_ କ୍ଷିତିରେ ଅକୀର୍ତ୍ତି ହେବ
କୀରତି ଚନ୍ଦ୍ରରେ ଲାଗିଯିବ କଳଙ୍କ।।୩।।
କହେ ସଦାନନ୍ଦ ଛାର_ ନାହିଁ ଆନ ପ୍ରତିକାର
ଏ ଦୀନ ଅବସ୍ଥା ମୋର ନେତ୍ରେ ନଦେଖ।।୪।।
ହେବାର ବିନତ ଦଶାନନ ଭ୍ରାତ
ତବ ଶ୍ରୀଚରଣରେ ଦେଖ
ବସିଛି ସଜୀବେ ଅଦ୍ୟାପି ଏ ଭାବେ
ପାଇ ସ୍ଵର୍ଣ୍ଣମୟୀ ଲଙ୍କ।।୫।।
ମୃକଣ୍ଡୁ କୁମର ପାଣ୍ଡବାଦିକାର
ନ ଫେଡି କେଉଁ ଆତଙ୍କ
କାହାକୁ କି ଦୟା କରିନାହିଁ ମାୟାଧର
କୈବଲ୍ୟ ଦାୟକ।।୬।।
କହେ ଭଞ୍ଜ ବୀରବର ରମାଵର
ପ୍ରଭୁ ଦୀନଜନ ରକ୍ଷ
ଭାସୁଛି ଏ ଭବ ଦୁସ୍ତର ଅର୍ଣ୍ଣବ
ମଧ୍ୟେ ମୁଁ ହୋଇ ନିରଖ।।୭।।