Wq/or/ଶ୍ରୀ ଜଗନ୍ନାଥ ଭଜନ,ଜଣାଣ/ବାଇଧର ଦ୍ଵିଜ

From Wikimedia Incubator
< Wq‎ | or

ମନ ଥୟ କରି ଦେଖ ଏଥ[edit | edit source]

(ବାଇଧର ଦ୍ଵିଜ)

                       ମନ, ଥୟ କରି ଦେଖ ଏଥ_
                   ନୀଳ କନ୍ଦରେ ସୁନ୍ଦର ଜଗନ୍ନାଥ।।ଘୋଷା।।
ଏହି ପ୍ରଭୁ ଜଗନ୍ନାଥ_ କଶ୍ୟପ ଋଷିଙ୍କ ସୁତ
ବାମନ ମୂରତି ହୋଇ_ ବଳୀ ଦ୍ଵାରେ ଉପଗତ_
             କରେ ଘେନି କୁଶ ପାତ୍ର ! ହରିଲେ ତାହାର ଵିତ୍ତ_
                 ପଦ୍ମପାଦ ଦେଇଥିଲେ ବଳିମାଥ।।୧।।

ଏହି ପ୍ରଭୁ ଜଗନ୍ନାଥ_ ଦଶଥଙ୍କର ସୁତ
ସୀତୟା ଘେନି ସଙ୍ଗତେ_ ବୁଲିଲେ ଗହନ ପଥ
                ସାଗରେ ବାନ୍ଧିଲେ ପଥ ! ଲଙ୍କାକୁ କଲେ ନିପାତ
                   ସୀତା ଛଳେ ବଧିଲେଟି ଦଶମାଥ।।୨।।

ଏହି ପ୍ରଭୁ ଜଗନ୍ନାଥ_ ନନ୍ଦର ହୋଇଲେ ସୁତ
କାଳୀ ଦଳି ପାଦଗତ_ ମନ୍ଥିଲେଟି ସୁରନାଥ
                କଂସ ଅସୁର ନିପାତ ! ଜଗତେ ଅଛି ବିଖ୍ୟାତ
                 ଭାରତ ଯୁଦ୍ଧରେ ବାହି ପାର୍ଥ-ରଥ।।୩।।

ଏ କଳି କାଳରେ ଦେଖ_ ଶଙ୍ଖ ଚକ୍ର ଧରି ହସ୍ତ
ବସିଛି କୈବଲ୍ୟ ହାଟ_ ପାପୀଏ ଦେଖି ମୁକୁତ
          କି ଶୋଭା କଳା ଶ୍ରୀମୁଖ ! ଦେଖିଲେ ଖଣ୍ଡଇ ଦୁଃଖ
             ପ୍ରଜାପତି ସଙ୍ଗେ ଶୋଭା ବିଶ୍ୱନାଥ।।୪।।

ଏହି ପ୍ରଭୁ ଜଗନ୍ନାଥ_ ଶଚ୍ଚିର ହୋଇଲେ ସୁତ
ବୈଷ୍ଣବ ଧର୍ମ ବିଖ୍ୟାତ_ ଶିଖାଇଲେ ମହାମନ୍ତ୍ର
                     ବୁଲିଲେ ଏହି ଜଗତ ! ଭକତ ଘେନି ସଂଗତ
                        ଦ୍ଵିଜ ବାଇଧର ଆଶ୍ରା ଲକ୍ଷ୍ମୀକାନ୍ତ।।୫।।