Wq/or/ଶାସନ ସମ୍ବନ୍ଧୀୟ

From Wikimedia Incubator
< Wq‎ | or
Wq > or > ଶାସନ ସମ୍ବନ୍ଧୀୟ

<poem> ୧. ଉଞ୍ଚାଇଥିବୁ ମାରିବୁ ନାହିଁ, ଗୋଡ଼ାଇଥିବୁ ଧରିବୁ ନାହିଁ । ୨. ଘଡ଼ିକ ହାକିମୀ ପାହାଡ଼ ତୋଡ଼େ । ୩. ଖୋଳ ପର୍ବତ ମାର ମୂଷା । ୪. ଆରେ ଢ଼ମଣା, ବୁଲି ବୁଲି କରି ସେଇ ଅଗଣା । ୫. ଚାପ ପଡ଼ିଲେ ବାପ ବୋଲେ । ୬.ଢ଼ିରା କି ଜାଣେ ବୋଝର ଗରୁ । ୭. ଢ଼ୁଆ ଧରିବାକୁ ପାଞ୍ଚ ଜଣ, ଗୀତ ବୋଲିବାକୁ ଜଣେ । ୮. ଥୋଡ଼ା ଥୋଡ଼ା ହୁକୁମତୀ ନବାତପଣା ସଙ୍ଗେ ସରି । ୯. ନାଇକ ଜାଣି ପାଇକ ଉଠିଆ । ୧୦.ନାକ ଧରି ଟାଣିଲେ ମୁହଁ ଆଗ ଆପେ ଆପେ ଆସେ । ୧୧. ପେଲିଲା କୁକୁର କି ପାରିଧି କରେ । ୧୨. ବକ ବେକରେ ଢ଼଼ିଙ୍କି । ୧୩. ବଡ଼ ନାଆ ଯେଉଁ ବାଟେ, ସାନ ନାଆ ସେହି ବାଟେ । ୧୪. ବୋହିଯାଉଥାଏ ସୁଅ ମୁହଁରେ, ପିମ୍ପୁଡ଼ି ଗାତରେ ଲାଗେ । ୧୫. ବ୍ରହ୍ମା ବିଳିବିଳେଇଲେ ବେଦ । ୧୬. ମାଡ଼ଖିଆ ମହାଦେବ, ମାଡ଼ ଖାଇଲେ ବର ଦେବ । ୧୭. ମାଣ୍ଡିଆ ଜାଉ ଖୋଇବ ଯେ, ରାତି ଅଧରେ ହଗେଇ ନେବ ସେ । ୧୮. ଶିବ ମଥାରେ ସାପ ରାଜା । ୧୯. ମାରେ ତ ହାତୀ, ଲୁଟେ ତ ଭଣ୍ଡାର । ୨୦. ମାଡ଼ୁଆ ଠାକୁରକୁ କହୁଣିଆ ପୁଜାରୀ । ୨୧. ହାକିମ ଯାଏ, ହୁକୁମ ନ ଯାଏ ।<poem>[1]

ଟୀକା[edit | edit source]

  1. ଦାସ, ସର୍ବେଶ୍ୱର. ସଂକ୍ଷିପ୍ତ ପ୍ରବାଦ ଓ ପ୍ରବଚନ କୋଷ.