Wq/or/ରଚନାବଳୀ/ଜଗନ୍ନାଥ ମହାନ୍ତି/ତୁମ ପରି ଛୋଟ ପିଲାଟିଏ
Appearance
ତୁମ ପରି ଛୋଟ ପିଲାଟିଏ ମଧୁସୁଦନ ଦାସଙ୍କ ଉପରେ ଜଗନ୍ନାଥ ମହାନ୍ତିଙ୍କ ରଚିତ ଏକ ଶିଶୁ କବିତା ।
- ତୁମ ପରି ଛୋଟ ପିଲାଟିଏ
- ଗାଆଁ ଚହାଳୀର ଚାଟ ସିଏ
- ଚେହେରାଟି ତାର ଡଉଲ ଡାଉଲ
- ପାଠରେ ତାହାର ସରି କିଏ ?
- ଛାଡି ଯାଇଥିଲା ଦିନେ ଝଡି
- ବାହାରିଲା ସିଏ ପାଠ ପଢି
- ବାଟେ ଯାଉଯାଉ ଖସିଗଲା ଗୋଡ
- ମୁଁହ ମାଡି ତଳେ ଗଲା ପଡି॥
- ଗୁରୁଜୀ ଦେଖିଲେ ଦେହ ତାର
- ପାଣି କାଦୁଅ ରେ ସର ସର
- ତିଳେହେଁ ସେଥିକୁ ଖାତିରି ନକରି
- ଆସିଛି ହୋଇ ସେ ତର ବର॥
- ପଚାରିଲେ ଗୁରୁ ଏକି ହେଲା
- ଏତେ ସରି ତୋତେ କିଏ କଲା
- ପିଲାଟି କହିଲା ବେଗେ ଆସୁଆସୁ
- କାଦୁଆରେ ଗୋଡ ଖସିଗଲା॥
- ହେଲା ଦଶହରା ଛୁଟି ବେଳ
- ପିଲାଟି ସଭିଙ୍କି କଲା ମେଳ
- ମାଟି ଗୋଡି ବାଲି ପକାଇ ସଭିଏଁ
- ଗାଆଁ ମାଟି କଲେ ସମତୁଲ॥
- ଏହା ଦେଖି ଲୋକେ ହେଲେ କାବା
- ଡକାଇଲେ ଗୁରୁ ଚାଟସଭା
- କହିଲେ ଏଭଳି ଭଲକାମ କଲେ
- ନିଶ୍ଚେ ଆମେ ଦିନେ ବଡହେବା॥
- ବଡ ହେଲା ଦିନେ ସେହି ପିଲା
- ମଧୁ ବାରିଷ୍ଟର ବୋଲାଇଲା
- ଦେଶ ପାଇଁ କେତେ କାମ କରି ସିଏ
- କାଳେ କାଳେ ଯଶ ରଖିଗଲା॥
- କହିଲା ଜାତିର କାନେ କାନେ
- ଉଠିବୁ ଆଉ ତୁ କେତେ ଦିନେ
- ପୂରୁବ ଗୌରବ ପୂରୁବ ମହିମା
- ପଡୁନାହିଁ କିରେ ତତେ ମନେ ?