Wq/or/ପାରମ୍ପାରିକ ବାଣୀ
Appearance
- ଧୀର ସ୍ଥିର ନୋହି ଉତ୍ତେଜିତ ହେଲେ
କାର୍ଯ୍ୟ କେବେ ସିଦ୍ଧ ନୁହେଁ ।
ଧୀରପାଣି ସିନା ପଥର କାଟଇ
ସ୍ରୋତ ତହିଁ ବ୍ୟର୍ଥ ହୁଏ ॥
- (ଉତ୍ତେଜିତ ବା ରାଗି ନଯାଇ ଧୀର ସ୍ଥିରଭାବେ ଚିନ୍ତା କରି କାର୍ଯ୍ୟ କଲେ ସଫଳତା ମିଳିଥାଏ ।)
- (ଉତ୍ତେଜିତ ବା ରାଗି ନଯାଇ ଧୀର ସ୍ଥିରଭାବେ ଚିନ୍ତା କରି କାର୍ଯ୍ୟ କଲେ ସଫଳତା ମିଳିଥାଏ ।)
- ଅତି ଦର୍ପେ ହତ ଲଙ୍କା ।
- (ଲଙ୍କାର ନରପତିର ରାବଣର ଅତି ଅଧିକ ଗର୍ବ ହେତୁ ପତନ ହେଇଥିଲା ।)
- (ଲଙ୍କାର ନରପତିର ରାବଣର ଅତି ଅଧିକ ଗର୍ବ ହେତୁ ପତନ ହେଇଥିଲା ।)
- ଅଧର୍ମ ବିତ୍ତ ବଢେ ବହୁତ, ଗଲାବେଳେ ଯାଏ ମୂଳ ସହିତ ।
- (ଅନ୍ୟାୟ ଉପାୟରେ ଅର୍ଜିତ ସମ୍ପତ୍ତିର କ୍ଷଣସ୍ଥାୟିତ୍ବ ସମ୍ବନ୍ଧରେ ସାମାଜିକ ନୀତିବାକ୍ୟ ।)
- (ଅନ୍ୟାୟ ଉପାୟରେ ଅର୍ଜିତ ସମ୍ପତ୍ତିର କ୍ଷଣସ୍ଥାୟିତ୍ବ ସମ୍ବନ୍ଧରେ ସାମାଜିକ ନୀତିବାକ୍ୟ ।)
- ଅନ୍ଧ ଥରେ ବାଡି ହଜାଏ ।
- (ଅଜଣା ଲୋକ ଥରେ ଅସୁବିଧାରେ ପଡିଥାଏ ।)
- (ଅଜଣା ଲୋକ ଥରେ ଅସୁବିଧାରେ ପଡିଥାଏ ।)
- ଅରକ୍ଷିତକୁ ଦଇବ ସାହା ।
- (ଭଗବାନ ଅସହାୟର ସହାୟ ହୋଇଥାନ୍ତି ।)
- (ଭଗବାନ ଅସହାୟର ସହାୟ ହୋଇଥାନ୍ତି ।)
- ଅଳ୍ପ ବିଦ୍ୟା ଭୟଙ୍କରୀ ।
- (ଅଧାପାଠୁଆ ଲୋକ ବହୁ ଅସୁବିଧା ପଡ଼ିଥାଏ)
- (ଅଧାପାଠୁଆ ଲୋକ ବହୁ ଅସୁବିଧା ପଡ଼ିଥାଏ)
- ଆପେ ଭଲ ତ ଦୁନିଆ ଭଲ ।
- (ଅପରର ବ୍ୟବହାର ଅନେକ ସମୟରେ ନିଜର ବ୍ୟବହାର ଉପରେ ନିର୍ଭର କରେ ।)
- (ଅପରର ବ୍ୟବହାର ଅନେକ ସମୟରେ ନିଜର ବ୍ୟବହାର ଉପରେ ନିର୍ଭର କରେ ।)
- ଆପେ ବଞ୍ଚିଲେ ବାପର ନାଆଁ
- (ନିଜେ ଆଗକୁ ବଢ଼ିଲେ ଯାଇଁ ଜଗତର ମଙ୍ଗଳ ସାଧନ କରିବ ।)
- (ନିଜେ ଆଗକୁ ବଢ଼ିଲେ ଯାଇଁ ଜଗତର ମଙ୍ଗଳ ସାଧନ କରିବ ।)
- . ଆରେ ଢମଣା, ବୁଲି ବୁଲି ସେହି ଅଗଣା ।
- (କୌଣସି ନୂତନ ପଦକ୍ଷେପ ନେବାରେ ଅସମର୍ଥ ହେବା ।)
- (କୌଣସି ନୂତନ ପଦକ୍ଷେପ ନେବାରେ ଅସମର୍ଥ ହେବା ।)
- . ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ।
- (ଗୋଟିଏ ବିଷୟ ଅନୁସନ୍ଧାନ କରୁ କରୁ ଅନ୍ୟ ଏକ ଗୂଢ ରହସ୍ୟ ପ୍ରକାଶ ପାଇବା ।)
- (ଗୋଟିଏ ବିଷୟ ଅନୁସନ୍ଧାନ କରୁ କରୁ ଅନ୍ୟ ଏକ ଗୂଢ ରହସ୍ୟ ପ୍ରକାଶ ପାଇବା ।)
- କଂସ ତୁଣ୍ଡରେ ପୁଣି କୃଷ୍ଣ କଥା ।
- (ଦୁଷ୍ଟ ଲୋକ ମୁହଁରୁ ଭଲ କଥା ଶୁଣାଯିବା କଥା ଏଠାରେ କୁହାଯାଇଛି ।)
- (ଦୁଷ୍ଟ ଲୋକ ମୁହଁରୁ ଭଲ କଥା ଶୁଣାଯିବା କଥା ଏଠାରେ କୁହାଯାଇଛି ।)
- ଗରିବ ମାଇପ ସବୁରି ଶାଳୀ
- ସମାର୍ଥବୋଧକ: କଅଁଳ ଲୁହାକୁ ବିଲେଇ କାମୁଡ଼େ
- (ସରଳ ଲୋକ ଉପରେ ସଭିଏଁ ଅତ୍ୟାଚାର କରିଥାନ୍ତି ।)
- ଜାଣି ଘୋଡ଼ାର ଶିଙ୍ଗ ନାହିଁ, ଶିଙ୍ଗ ଥିଲେ ଘୋଡ଼ା ରଖନ୍ତା ନାହିଁ ।
- (ବଳୁଆ ଲୋକର ଦଇବି ଆହୁରି ବଳୁଆ କରିନଥାଏ, ନହେଲେ ସେ କାହାକୁ ଖାତିର କରିବ ନାହିଁ ।)
- ଦୀପ ତଳ ଅନ୍ଧାର ।
- (ଯିଏ ସମସ୍ତଙ୍କ କଥା ବୁଝେ ତ ନିଜ ଲୋକ ମାନଙ୍କ କଥା ଅବହେଳିତ ହୋଇ ପଡନ୍ତି)
- ଯେ ପାଞ୍ଚେ ପରର ମନ୍ଦ ତ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।
- (ଯିଏ ଅନ୍ୟର ଅମଙ୍ଗଳ ଚିନ୍ତା କରେ ସେ ଆପେ ଆପେ ହଇରାଣରେ ପଡେ)
- ମୋତେ ଯେତେ ମାଠୁଛୁ ମାଠେ, ମୁଁ ସେଇ ଦରପୋଡା କାଟେ
- (ଜଣକୁ ଯେତେ ବୁଝେଇଲେ ମଧ୍ୟ ସେ ସେଇ କାମ ପୁଣି କରୁଛି)
- ଜେସାକୁ ତେସା ହରମଜାଦକୁ ଟାଙ୍ଗିଆ ପଶା
- (ଯିଏ ଯେମିତ ବ୍ୟବହାର ଦେଖେଇବ ତାକୁ ସେହି ଭଳି ବ୍ୟବହାର ଦେଖେଇବା)
- ତଳେ ତଳେ ଗଲା ତଳ ଗଡ଼ିଶା ଜାଣିପାରିଲେଣି ସାଇ ପଡ଼ିଶା
- (ଅତି ଚତୁର ଭାବେ କାହାକୁ ନ ଜଣେଇ ଗୋଟେ କମ କରିବା)
- ମୂଳରୁ ମାଇପ ନାହି ପୁଅ ନା ଗୋପାଳିଆ
- (କିଛି ନଥିବା ସତ୍ବେ ଅଯଥା ଯୁକ୍ତି ଦେଖେଇବା)
- ଥରକୁ ଥର ପଡ଼ି ତଳେ ଚାଲଇ ଅଭ୍ୟାସର ବଳେ!