Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା: ୯
କବୀର ଦୋହା ଗୁଚ୍ଛ ସଂଖ୍ୟା ୯ [1]
[edit | edit source]ପ୍ରେମ ପିଆଲା ଯିଏ ପିଆନ୍ତି, ତା ପାଇଁ ମସ୍ତକ ଦିଏ,
ଲୋଭୀ ମସ୍ତକ ଦେଇ ପାରେନି, ବୃଥା ପ୍ରେମ ନାମ ନିଏ ।
ଗୁରୁହିଁ ଧୋବା ଶିଷ୍ୟ କପଡ଼। , ସାବୁନ କର୍ତ୍ତା ସୃଷ୍ଟିର,
ନାମ ପ୍ରସ୍ତର ଉପରେ ପିଟେ, ବିକଶେ ଜ୍ୟୋତି ଅପାର ।
ଯାହାର ମନେ ବିଶ୍ୱ।ସ ଅଛି, ଗୁରୁ ଥାଏ ତାଙ୍କ ସଙ୍ଗ,
କାଳ ଯେତେ ବି ଚକ୍ରାନ୍ତ କଲେ, ଚିତ୍ତ ହୁଏ ନାହିଁ ଭଙ୍ଗ ।
ଗୁରୁ ଗୋବିନ୍ଦ ଆଗରେ ଠିଆ, ଧରିବି ଆଗ କା ପାଦ ,
ଉତ୍ସର୍ଗ ପ୍ରାଣ ଗୁରୁଙ୍କ ପାଦେ, ଚିହ୍ନାଏ ଯିଏ ଗୋବିନ୍ଦ ।
ପୃଥିବୀ ଯଦି କାଗଜ ହୁଏ, ସାରା ଜଙ୍ଗଲ ଲେଖନୀ,
ସମୁଦ୍ର କାଳି ହେଲେବି ଗୁଣ ଗୁରୁଙ୍କ ଲେଖି ହେବନି ।
ମୋ ଭାଗ୍ୟ ଭଲ, ଗୁରୁ ମିଳିଲେ, ନୋହିଲେ ହୁଅନ୍ତା ହାନି,
ପତଙ୍ଗ ଭଳି ମାୟା ଅଗ୍ନିରେ, ପଡି ମୁଁ ଦଗ୍ଧ ହେଲିନି ।
ଏ ଦେହେ ବିଷ ଭରି ରହିଛି, ଗୁରୁ ଅମୃତର ଖଣି,
ମୁଣ୍ଡ ଦେଇ ବି ଗୁରୁ ମିଳିଲେ, ଦେବି ମୁଁ ଶସ୍ତା ଜାଣି ।
ତୀର୍ଥକୁ ଗଲେ ଗୋଟିଏ ଫଳ, ସନ୍ଥଙ୍କ ସଙ୍ଗତ ଚାରି,
ସଦ୍ ଗୁରୁ ଥିଲେ ଅଧିକ ଫଳ, କହେ କବୀର ବିଚାରୀ ।
ସନ୍ଥ ପୁରୁଷ ଦର୍ପଣ ସମ, ତାଙ୍କର ଦେହ ନିଜର,
ଲକ୍ଷ୍ୟ କରିଲେ ଅଲେଖ୍ ଦୃଷ୍ଟ, ଅଲକ୍ଷେ ତାଙ୍କ ନିଜର ।
ରାମ ନାମର ବିନିମୟରେ ଦେବାକୁ କିଛି ବି ନାହିଁ,
ଦେଲେ କ ଅଣ ଗୁରୁ ସନ୍ତୋଷ, ଭାବି ପାରୁନାହିଁ ମୁହିଁ ।
କବୀର, ଗୁରୁ ଭାଟି ମାଲିକ, ସ୍ନେହ ମଦିରା ପରଷେ,
ଯେ ମୁଣ୍ଡ ହାରେ, ମଦିରା ପାଏ, ଫେରନ୍ତି ଅନ୍ୟ ନିରାଶେ । (ମୁଣ୍ଡ - ଗର୍ବ)
ଗୁରୁ ଭକ୍ତିରେ ତଲ୍ଲୀନ ଯିଏ, ଅଲଗା ସେ ଦେଖା ଯାଏ,
ଦିଶେ କୃଶାଙ୍ଗ, ମନାନମନା, ସଂସାରରୁ ଦୂରେ ଥାଏ । (ମନାନମନା - ମନ ଆନମନା)
ବୃକ୍ଷ ଖାଏନି ଫଳ ନିଜର, ନଦୀ ସଞ୍ଚେ ନାହିଁ ନୀର,
ସାଧୁ ସେ ପରି ପର ନିମନ୍ତେ, ଧରନ୍ତି ନିଜ ଶରୀର ।
ସରୋବର ଏବଂ ତରୁବର, ବର୍ଷଣ ମେଘ ଓ ସନ୍ଥ,
ଏହି ଚାରିହେଁ ପର ନିମନ୍ତେ, ସଦା ବେଳେ ଉପସ୍ଥିତ ।
ଗୁରୁ ସମାନ ଦାତା ନାହାନ୍ତି, ଶିଷ୍ୟ ଭିକାରୀ ସମାନ,
ତିନି ଲୋକର ବିଦ୍ୟା ସମ୍ପତ୍ତି, ଗୁରୁ କରନ୍ତି ପ୍ରଦାନ ।
ଶତୃ ବର୍ଜିତ, କାମନା ରିକ୍ତ, ଲୋଭ ବାସନା ବିହିନ,
ପୃଥକ ରହେ ବିଷୟ ଭୋଗ, ସେ ସନ୍ଥ ପଦେ ଆସୀନ ।
ନୁହେଁ ଶୀତଳ ଚନ୍ଦ୍ରମା ସମ, ସମାନ ବି ନୁହେଁ ହିମ,
ଶୀତଳ ରହେ ସନ୍ଥ ମାନବ, ନେଇ ସଦା ରାମ ନାମ ।
ରାମ ଡାକରା ଆସିଛି ଶୁଣି, କବୀର ଦୁଃଖିତ ଅତି,
ଯେ ସୁଖ ମିଳେ ସାଧୁ ସଙ୍ଗରେ, ବୈକୁଣ୍ଠେ ସେ ସୁଖ ନାସ୍ତି ।
ଯାହାର ଗୁରୁ ଦୃଷ୍ଟି ବିହୀନ, ଶିଷ୍ୟ୍ ବି ତତ୍ ସମାନ,
ଦୁହେଁ ତ ଅନ୍ଧ, ବାଟ ମିଳେନି, କୂପରେ ଶେଷେ ପତନ ।
ବିବେକ ହୀନ, ଚକ୍ଷୁ ବିହୀନ, ଚିହ୍ନେନି ସନ୍ଥ ଅସନ୍ଥ,
ଗୋଡାନ୍ତି ନାହିଁ ପଛରେ ବେଶୀ, ପ୍ରକୃତରେ ସେହି ସନ୍ଥ ।