Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା: ୮

From Wikimedia Incubator
< Wq‎ | or‎ | ଦୋହା/ ସନ୍ଥ କବୀର ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା: ୮

କବୀର ଦୋହା ଗୁଚ୍ଛ ୮ [1][edit | edit source]

କବୀର, ସମୁଦ୍ର ଶାମୁକା କେବେ ଲୁଣି ଜଳ ନାହିଁ ପିଏ,
ସ୍ୱ।ତୀ ନକ୍ଷତ୍ର ଜଳ ପିଇ ସେ, ସାଗର ଶୋଭା ବଢାଏ ।

ସଦ୍ ଗୁରୁ ଥିଲେ ସବୁ ଅଛନ୍ତି, ଅନ୍ୟଥା କେହି ନାହାନ୍ତି,
ମାତା, ପିତା, ସୁତ ଏବଂ ବନ୍ଧୁ, ଘରେ ଘରେ ତ ଅଛନ୍ତି ।

ଚିତ୍ତରେ ରଖ ଗୁରୁ ନାମକୁ, ଅନ୍ୟ ଚିନ୍ତା ସବୁ ନାଶ,
ମନରେ ଯା'ର ଗୁରୁ ନାହାନ୍ତି, କାଳ କରେ ତାକୁ ଗ୍ରାସ ।

କହୁଛ ଉଚ୍ଚ ଜାତିର ତୁମେ, ବଜାଇ ନିଜର ଢୋଲ,
ଯା ଦ୍ୱ।ରା ତୁମେ ବିଛିନ୍ନ ହୁଅ, ଠାକୁର ଯେ ତୁମ ମୂଳ ।

ଦାସ ହେବାଟା କଠିନ ଅତି, ମୁଁ ତ ଦାସଙ୍କର ଦାସ,
ଇଚ୍ଛା ମୋହର ବନିବି ଏବେ, ପାଦ ତଳେ ଥିବା ଘାସ ।

ବୈରାଗ୍ୟ ଯଦି ବିଷୟ ତ୍ୟାଗ, ସମତାର ନାମ ଜ୍ଞାନ,
ଦିଏ ଯେ ସୁଖ ସବୁ ଜୀବଙ୍କୁ, କରେ ସେ ଭକ୍ତି ପ୍ରମାଣ ।

ଭକ୍ତି ପ୍ରାସାଦ ବହୁତ ଉଚ୍ଚ, ଦୂରରୁ ଦର୍ଶନ ହୁଏ,
ଯିଏ ଶାଣିତ ଭକ୍ତି ରସରେ, ତା ଶୋଭା ବର୍ଣ୍ଣି ନ ହୁଏ ।

କବୀର କହେ ସଂସାର ଇଏ, ଯେମିତି ପଳାସ ଫୁଲ,
କିଛି ଦିନର ବ୍ୟବହାରର ମିଥ୍ୟା ରଙ୍ଗରେ ନ ଭୁଲ ।

ଏମିତି ଦିନ ଆସେ ଜୀବନେ, ବିଦାୟ ଠାରୁ ସଭିଙ୍କ,
ନ ଥିବେ କେହି ସେହି ପଥରେ, ରାଜା, ରାଣୀ ଅବା ରଙ୍କ ।

ଯେମିତି ଭକ୍ତି ଥାଏ ସଭିଙ୍କ, ସେମିତି ପୂଜନ ହୁଏ,
ଭୟରେ ମତ ଓଲଟି ଯାଏ, ନିର୍ଭୟ କେହି ନ ଥାଏ ।

ସୁନ୍ଦର କଥା କହି ଯେ ଜାଣେ, ସେ ଜାଣେ ତାହାର ମୂଲ୍ୟ,
ହୀରାର ମୂଲ୍ୟ୍ କଳନା ହେବ, ସୁନ୍ଦର କଥା ଅମୂଲ୍ୟ ।

ରାମ ନାମଟି ଚୋରିର ଯୋଗ୍ୟ, ପାର ଯେତେ କର ଚୋରି,
ଶେଷେ ନ ଥିବ ଅନୁଶୋଚନା, ପ୍ରାଣ ଯେବେ ଯିବୁ ହାରି ।

ନିଦର ଅନ୍ୟ ନାମ ମରଣ, ଜାଗ୍ରତ ହୁଅ କବୀର,
ଅନ୍ୟାନ୍ୟ ସବୁ କରି ବର୍ଜନ, ରାମ ନାମେ ହୁଅ ଚୁର ।


ଆଧାର[edit | edit source]

  1. https://web.archive.org/web/20120911022526/http://www.labhlakshmi.com/kabir-a-great-indian-saint/kabir-ke-dohe-7.htm