Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା: ୬
କବୀର ଦୋହା ଗୁଚ୍ଛ ୬[1]
[edit | edit source]ଶୀତଳ ଜଳ ବରଫ ହୁଏ, ବରଫ ତରଳି ଜଳ,
ଯେ ଜଳ ମୁକ୍ତା ବନି ଯାଇଛି, ପୁନଶ୍ଚ ହୁଏନି ଜଳ ।
କାମୁକ ତରେ, କ୍ରୋଧାନ୍ଧ ତରେ, ତରି ପାରେ ଲୋଭୀ ଏଠି,
ମଦ୍ୟପ କେବେ ମୁକ୍ତି ପାଇଛି, ଦେଖା ନାହିଁ ତ କେଉଁଠି ।
ମଦନ ବାଣ ଲାଗିଲେ ବକ୍ଷେ, ଲଜ୍ଜା ଛାଡେ ଦେହ ମନ,
କାମନା ବଶ ସଭିଙ୍କୁ କରେ, ସୁର, ନର, ମୁନିମାନ ।
ଘର ଭାଙ୍ଗେ ଓ ଘର ତିଆରେ, ଘର ଛାଡି ଘର ଯାଏ,
ଦୁନିଆର ଏ ବିଷ୍ମୟ ଦେଖ, କାଳ ସମସ୍ତଙ୍କୁ ଖାଏ ।
କବୀର ମନ ଅଶାନ୍ତ ଯାର, କେଉଁଠି ଲାଗେନି ମନ,
ଯେଉଁ ମନଟି ସଶକ୍ତ ଥାଏ, ତା ନାମ ପ୍ରଶାନ୍ତ ମନ ।
ସେବକ ଯଦି ସେବା ନିମଗ୍ନ, ସେବକ ପ୍ରକୃତ ସେହି,
କବୀର କହେ, ଆଡ଼ ବାଇଆ ସେବକ ହୁଅନ୍ତି ନାହିଁ ।
ସଦ୍ ଗୁରୁ ମିଳିଲେ ଜାଣିବ ତୁମେ, ଜ୍ଞାନ ଉଜ୍ଜ୍ବଳ ହୁଏ,
ଭ୍ରମ ଯେତେକ ମିଳେଇ ଯାଏ, ସ୍ମୃତି ବିକାଶ ହୁଏ ।
ବନ୍ଧନ ଯୁକ୍ତ ଦୁଇ ମାନବ, କା ବନ୍ଧନ କେ ଖୋଲିବ,
ବନ୍ଧନ ମୁକ୍ତ ଜଣକୁ କଲେ, ଅନ୍ୟର ସେହି ଖୋଲିବ ।
କବୀର କହେ ସମୁଦ୍ର ଢେଉ, କୁଳରେ ମୋତି ପକାଏ,
ବଗୁଲା ଜ୍ଞାନ ସେ ଦିଗେ ନାହିଁ, ହଂସ ବାଛି ବାଛି ଖାଏ ।
କବୀର କହେ, ସାଧୁ ଦର୍ଶନେ, ମୁହଁ ଫେରାଅନି କେବେ,
ଅଳସୁଆ ଓ ମଦ୍ୟପି ଯିଏ, ଲକ୍ଷ୍ମୀ ପାଏ ନାହିଁ କେବେ ।