Jump to content

Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୩୦

From Wikimedia Incubator
Wq > or > ଦୋହା > ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୩୦

କବୀର ଦୋହା ଗୁଚ୍ଛ ୩୦[1]

[edit | edit source]

କବୀର ମାଳା କାଠ ତିଆରି, କେତେ ଯତ୍ନରେ ଗଡାଉ,
ଶ୍ଵାସ ମାଳାରେ ନାମ ନିଅ ତୁ, ଗଣ୍ଠି ନ ଥିଲେ ନ ଥାଉ ।୧।

ତନୁ, ମନ ଓ ବଚନ ସ୍ଥିର, ଦୃଷ୍ଟି ଓ ଶ୍ରବଣ ସ୍ଥିର,
କବୀର, ମିଳେନି ଏପରି ପଳ, ଖୋଜି କଳ୍ପ କଳ୍ପାନ୍ତର ।୨।

ଅଜପ ମରେ, ଜପ ବି ମରେ, ଅନାହତ ମରି ଯାଏ,
ନାମ ଶବ୍ଦରେ ଯେ ମଗ୍ନ ଥାଏ, କାଳ ତାହାକୁ ନ ଖାଏ ।୩।

କବୀର, କ୍ଷୁଧା କୁକୁରୀ ସମ, ଭଜନକୁ କରେ ଭଙ୍ଗ,
ଖଣ୍ଡିଏ ରୋଟି ପାଟିରେ ଦିଅ, ସ୍ମରଣ କର ନିଃଶଙ୍କ ।୪।

ତୁ ତୁ କରି ଭଜନ କଲି, ନାହିଁ ମୁଁ ନିଜ ଭିତରେ,
ଉତ୍ସର୍ଗୀକୃତ ଦେଖି ପାରେ ମୁଁ, ତୁ ହି ତୁ ସବୁ ଦିଗରେ ।୫।

କବୀର, କଅଣ କରିବି ଚିନ୍ତା, କାହିଁକି ହେବ ମୋ ଚିନ୍ତା,
ମୋ ପାଇଁ ଚିନ୍ତା କରନ୍ତି ପ୍ରଭୁ, ନାହିଁ କିଛି ମୋର ଚିନ୍ତା ।୬।

ସାଧୁ ରଖେନି ଧନ ସମ୍ପଦ, ଉଦର ସମାନ ନିଏ, (ଉଦର- ପାକସ୍ଥଳୀରେ ଥିବା ସ୍ଥାନ)
ହରି ତାହାର ପାଖରେ ଠିଆ, ଯେତେ ମାଗେ ସେତେ ଦିଏ ।୭।

କର୍ମ କର୍ମଣି ଲିଖିତ ଅଛି, ତଦନୁସାରେ ଫଳ,
ମୁଣ୍ଡ ପିଟିଲେ ମସାଏ କମ୍ , ବା ବଢେନି ଏକ ତିଳ ।୮।

ପ୍ରଭୁ ଆମକୁ ଏତିକି ଦିଅ, କୁଟୁମ୍ବ ଯଥେଷ୍ଟ ପାଉ,
ମୋର ବି ଭୋକ ନ ରହୁ କେବେ, ସାଧୁ ଭୋକରେ ନଯାଉ ।୯।

ଗାଇଲେ ମଧ୍ୟ ପାଇଲେ ନାହିଁ, ନ ଗାଇ ରହିଲେ ଦୂର,
ଗାଇଲେ ଯିଏ ବିଶ୍ଵାସ ସହ, ତାଙ୍କଠି ସଦା ହାଜର ।୧୦।

ବିରହୀ ପ୍ରିୟା ସନ୍ଦେଶ ଦିଏ, ଶୁଣ ଆମର ପ୍ରିୟ,
ଜଳ ବିହୁନେ ମାଛ ବଞ୍ଚିବ, କେମିତି କଥା ଏ କହ ।୧୧।

ଆଖି ତଳଟି କଳା ଦିଶିଲା, ତୁମ ପଥକୁ ନିରେଖି,
ଜିଭ ଚମଡା ବାହାରି ଗଲା, ତୁମ ନାମ ଡାକି ଡାକି।୧୨।

ଚକ୍ଷୁ କଲା ମୋ ବାଲ୍ଟିର କାମ, ଲୁହ ବହେ ଧାର ଧାର,
କୁହୁ କୁହୁ ସମ ନାମ ରଟୁଛି, ଆଶା ତୁମ ମିଳନର ।୧୩।

ଆଧାର

[edit | edit source]
  1. http://anahad-naad.blogspot.in/2011/06/kabirs-dohe-3.html