Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୨୭
କବୀର ଦୋହା ଗୁଚ୍ଛ ୨୭ [1]
[edit | edit source]ସଂସାର ସହ ସମ୍ପର୍କ ଥିଲେ ଭକ୍ତି କେବେ ନ ହୁଏ,
ସମ୍ପର୍କ କାଟି ହରି ଯେ ଭଜେ, ଭକ୍ତ ସେହି ବୋଲାଏ ।୧।
ଭକ୍ତବେଶୀ ଓ ଭକ୍ତ ପାର୍ଥକ୍ୟ, ଧରଣୀ ଆକାଶ ସମ,
ଭକ୍ତ ତଲ୍ଲୀନ ଗୁରୁ ଚରଣେ, ଭକ୍ତବେଶୀ ଆଶା 'କାମ' ।୨।
ଦେଖା ଦେଖି ଭକ୍ତି ସାଧନାରେ କେବେ ଚଢେନାହିଁ ରଙ୍ଗ,
ବିପଦ ବେଳେ ଛାଡି ପଳାଏ ଯେମିତି କାତି ଭୁଜଙ୍ଗ ।୩।
ଅଣ ଆୟତ୍ତ ସମ୍ପୁର୍ଣ୍ଣ ଜ୍ଞାନ ହୃଦୟରେ ଯୋଡେ ନାହିଁ,
ଦେଖେଇ ହେବା ଭକ୍ତି କରିଲେ ରଙ୍ଗ କେବେ ରହେ ନାହିଁ ।୪।
ମାଛର ପ୍ରିୟ ଜଳ ଯେମିତି, ଲୋଭୀର ପ୍ରିୟ 'ଦାମ',
ମାତାର ପ୍ରିୟ ପୁତ୍ର ଯେମିତି, ଭକ୍ତର ପ୍ରିୟ ନାମ ।୫।
ସକଳ ନିଷ୍ଠା ନିଷ୍ଫଳ ଯଦି ନିଷ୍ଠାର ଭକ୍ତି ସକାମ,
କବୀର, ପ୍ରଭୁ ମିଳିବେ କାହିଁ , ସିଏ ତ ନିଜେ ନିଷ୍କାମ ।୬।
ଭକ୍ତିର ପେଣ୍ଡୁ ପ୍ରାନ୍ତର ମଧ୍ୟେ, ସଦ୍ଭାବରେ ନେଇ ପାର,
କବୀର, ନାହିଁ ଭେଦ ବିଚାର, ରାଜା ଅଥବା ଫକୀର ।୭।
ପ୍ରଭୁଙ୍କ ପ୍ରେମ ସଫଳ ଯଦି, କେବେ ହୁଏ ନାହିଁ ଛିନ୍ନ,
ଜୀବନେ ପ୍ରେମ ସଜୀବ ରହେ, ମରିଲେ ତାଙ୍କଠି ଲୀନ ।୮।
ଅତୀବ କଷ୍ଟ ଭୋଗିଲେ ମଧ୍ୟ, ପ୍ରକୃତ ପ୍ରେମ ନ ଯାଏ,
ଅଙ୍ଗାର ମିଠା ନୁହେଁ ତଥାପି ଚକୋର ତାହାକୁ ଖାଏ ।୯।
ଶୋଇଲେ ତୁମେ ସ୍ଵପ୍ନରେ ଆସ, ଜାଗିଲେ ମନରେ ଥାଅ,
ମନ ସ୍ଥିରତା ଛଡେଇ ନେଲ, ବିଚ୍ଛେଦ କେବେ ନ ହୁଅ ।୧୦।
'ତୁ', 'ତୁ' କରି ଡାକିଲ ଭାଇ, 'ତୁ'ରେ ସଂଲଗ୍ନ ହେଲି,
ମନ ମିଶିଲା ତୁମ ସାଥୀରେ, ଅନ୍ୟତ୍ର ନ ଯାଏ ଚାଲି ।୧୧।
କୋଟି ସଂଖ୍ୟାର ଦରବ ଭୋଗ କରୁଛ ସଂଜ ସକାଳ,
ଭକ୍ତି ମହାତ୍ମ୍ୟ ସାଥେ ତୁଳିଲେ, ଏହାର ଅଛି କି ଫଳ ? ୧୨।
ଅନ୍ଧ ସମାନ ଘୁରି ବୁଲନ୍ତି, ମନରେ ନାହିଁ ବିଚାର,
ହରି ଭକତି ଜାଣିବା ବିନା ବୁଡି ମରଇ ସଂସାର ।୧୩।