Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୨୨
କବୀର ଦୋହା ଗୁଚ୍ଛ ୨୨ [1]
[edit | edit source]ମୋହର ସାଇଁ ସିଦ୍ଧ ବେପାରୀ, ସହଜେ କରେ ବେପାର,
ଦଣ୍ଡି ରଖିନି ପଲା ରଖିନି, ତଉଲେ ସାରା ସଂସାର ।୧।
ଯଦି ବିମୁଖ ତୋ ଠାରେ ସାଇଁ, କଉଡି ମୂଲ୍ୟ ତୋ ନାହିଁ,
ଯାହା ଶୀରରେ ତା ଆଶୀର୍ବାଦ, ଲକ୍ଷ ଲକ୍ଷ ମୂଲ୍ୟ ତହିଁ । ୨।
ତୁମର ସାଇଁ ତୁମ ଭିତରେ ଯେପରି ପୁଷ୍ପରେ ବାସ,
କସ୍ତୁରୀ ମୃଗ ଘାସରେ ଖୋଜେ, ନ ଜାଣି ସେହି ରହସ୍ୟ ।୩।
ଜାହାକୁ ଖୋଜୁ ଦୁନିଆ ସାରା. ଅଛନ୍ତି ତୁମ ମଧ୍ୟରେ,
ଭ୍ରମ ପରଦା ଘୋଡେଇ ଅଛୁ, ତେଣୁ ଅଛି ଅଦୃଶ୍ୟରେ ।୪।
ବୁଝି ପାରିଲେ ଘରେ ତୁ ରହ, ଖୁସିରେ ଦେଖି ପାରିବୁ,
ନିଜର ପ୍ରଭୁ ନିଜ ମଧ୍ୟରେ, ଅନ୍ୟତ୍ର କାହିଁ ଖୋଜିବୁ ।୫।
ଯେତେକ ଘଟ, ସେତେକ ମତ, ବହୁ ବାଣୀ ବହୁ ଭେକ,
ବ୍ୟାପକ ଭାବେ ସବୁ ଘଟରେ ଚହନ୍ତି ସେହି ଅଲେଖ ।୬।
ଶବ୍ଦ ଶବ୍ଦରେ ବହୁ ଅନ୍ତର, ସାର ଶବ୍ଦେ ଚିତ୍ତ ଦିଅ,
ଯେଉଁ ଶବ୍ଦରେ ମିଳିବେ ପ୍ରଭୁ, ତାହା ଅନ୍ତରେ ଲଗାଅ ।୭।
କେତେକ ଶବ୍ଦ ଦୁଃଖ ଦାୟକ, କିଛି ଦିଏ ସୁଖ ରାଶି,
କେତେକ ଶବ୍ଦ କାଟେ ବନ୍ଧନ, କେତେକ ଗଳାରେ ଫାସି ।୮।
ଶବ୍ଦ ଶବ୍ଦ ବୋଲି କହନ୍ତି କହନ୍ତି ସଭିଏ, ନାହିଁ ତା'ର ହସ୍ତ ପଦ,
ଗୋଟିଏ ଶବ୍ଦ ଘାଆ କରିଲେ ଗୋଟିଏ ହୁଏ ଔଷଧ ୯।
ଶବ୍ଦ ସମାନ ବିଭବ ନାହିଁ, ପାରେ ଯିଏ ତାହା କହି,
ହୀରା ମିଳିବ ପଇସା ଦେଲେ, ଶବ୍ଦର ମୂଲ ତ ନାହିଁ ।୧୦।
ଏ ମତ ମୋର ନିଜସ୍ଵ ମନ୍ତ୍ର, ଯିଏ ମୋ ସମାନ, ନିଏ,
ଶବ୍ଦ କଳପ ତରୁ ସଦୃଶ, ଯାହା ମାଗେ ତାହା ଦିଏ ।୧୧।
ଶିତଳ ଶବ୍ଦ ସର୍ବଦା କହ, ଅହଂ ନ ରହୁ ସେଥିରେ,
ନିଜର ପ୍ରିୟ ନିଜ ଭିତରେ, ଶତୃ ବି ନିଜ ଭିତରେ ।୧୨।
ଶବ୍ଦକୁ ମୋତି ଭାବିବ ନାହିଁ, ଯେଉଁଥିରେ ମାଳ ହୁଏ,
ଏହା ତ ଅଟେ ଶବ୍ଦର ମୋତି ସାରା ଦେହେ ଖେଳି ଯାଏ ।୧୩।