Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୨୧
କବୀର ଦୋହା ଗୁଚ୍ଛ ୨୧[1]
[edit | edit source]ଶ୍ରେଷ୍ଠ ପୁରୁଷ ବୃକ୍ଷ ହେଲେ ନିରଞ୍ଜନ ଡାଳ ତା'ର,
ତ୍ରିଦେବ ଶାଖା ସଦୃଶ ହେଲେ ସଂସାର ପତ୍ର ତାହାର ।୧।
ଗୋଟିଏ ମାତ୍ର ମୋର ସାହେବ, ଦ୍ଵିତୀୟର ନାହିଁ ସ୍ଥିତି,
ଯଦି ନାମ ନିଏ ଆଉ କାହାର, ସାହେବ ଠିଆ ଋଷନ୍ତି ।୨।
ଯାହାର ନାହିଁ ମୁଖ, ମସ୍ତକ, ନାହିଁ ରୁପ କୁରୁପ,
ସୁଗନ୍ଧ ପୁଷ୍ପ ଠାରୁ ଅଧିକ, ତାହାର ତତ୍ତ୍ଵ ଅନୁପ ।୩।
ଦେହ ମଧ୍ୟରେ ରହେ ବିଦେହ, ସାହେବ ରୁପ ସ୍ଵରୁପ,
ଅନନ୍ତ ଲୋକେ ବିସ୍ତାର ଥାଏ, ନାହି ଯାର ରଙ୍ଗ ରୁପ ।୪।
ଜନ୍ମ ମରଣ ରହିତ ଯିଏ, ସାହେବ ମୋହର ସିଏ,
ଜୀବନ ତାଙ୍କ ପଦେ ଉତ୍ସର୍ଗ, ସୃଜନ କରତା ଯିଏ ।୫।
ନାହିଁ ତାଙ୍କର ରୁପ ଓ ରେଖ, ଧରେନି ଆଧାର ଦେହ,
ନଭ ମଣ୍ଡଳ ମଧ୍ୟରେ ରହେ, ସେହି ଶାଶ୍ଵତ ବିଦେହ ।୬।
ସାହେବ ଦ୍ଵାରା ହୁଏ ସମସ୍ତ, ମାନବ ପାରେନି କରି,
ଧୁଳିରୁ ଗିରି କରେ ଉତ୍ପନ୍ନ, ଧୂଳିସାତ କ୍ଷଣେ ଗିରି ।୭।
ପଥରକୁ ମାଟି କରନ୍ତି ସେ, ବାୟୁରେ ଧୁଳି ଉଡ଼ଇ,
ଭାବନ୍ତି ଯାହା ହୁଏ ସେଭଳି, ଦେଲେ ସେ ହାତ ବଢାଇ ।୮।
ସମର୍ଥ ନାହିଁ ତାଙ୍କ ସମାନ, ଗୁରୁ ଗମ୍ଭୀର ବିଶାଳ,
ଅବିଗୁଣ ଛାଡି ଗୁଣ ରଖନ୍ତି, କ୍ଷଣେ ପହୁଞ୍ଚାନ୍ତି କୂଳ ।୯।
ଯାହା କରିଛ ତୁମେ କରିଛ, ମୁହିଁ କିଛି କରି ନାହିଁ,
ଲାଗୁଛି ଯାହା କରିଛି ମୁହିଁ, ମୋ ଦ୍ଵାରା କରିଛୁ ତୁହି ।୧୦।