Jump to content

Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୧୯

From Wikimedia Incubator
Wq > or > ଦୋହା > ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୧୯

କବୀର ଦୋହା ଗୁଚ୍ଛ ୧୯ [1]

[edit | edit source]

ସୀମାରେ ଚାଲେ ମାନବ ଜାତି, ସାଧୁ ସୀମା ଅତୀତ,
ସୀମା ଅସୀମା ବାହାରେ ଯିଏ, ତାଙ୍କର ସ୍ଥିତି ଅନନ୍ତ । ୧।

ସଜ୍ଜନ, ସାଧୁ ସୁନା ସମାନ, ଭାଙ୍ଗେ ଯୋଡେ ଶହେ ଥର,
ଦୁର୍ଜ୍ଜନ ମାଟି କୁମ୍ଛ ସମାନ, ଏକ ଧକ୍କାରେ ସେ ଚୂର୍ଣ୍ଣ ।୨।

ଗୁରୁ ବିଚରା କରିବ କଅଣ, ଶିଷ୍ୟର ନାହିଁ ସେ ମତି,
ଶବ୍ଦ ବାଣ ତା କାନେ ପଶେନି, ବଂଶୀ ଫୁଙ୍କରେ ମାତି ।୩।

କବୀର, ସାଧୁ ସଙ୍ଗତେ ମିଳେ, ଅତର ସମ ସୁଗନ୍ଧ,
ନ ନେଲେ ମଧ୍ୟ ଅତର ତୁମେ, ସଙ୍ଗତେ ମିଳେ ସୁଗନ୍ଧ ।୪।

ଧନୀ ଦୁଆରେ ପଡି ରହ ତୁ, ଧନୀର ଧକ୍କା ତୁ ଖାଅ,
କେତେ ବେଳେ ତ ଦୟା ଆସିବ, ଦ୍ଵାର ଛାଡି ନ ଯାଅ ।୫।

କଜ୍ଜ୍ଵଳ ଭରା କୋଠରୀ ସମ, ଗଢଣ ଏହି ସଂସାର,
ପ୍ରଶଂସା ଯୋଗ୍ୟ ସେହି ଭକ୍ତ ଯେ, ବିନା ଦାଗରେ ବାହାର ।୬।

ଯେଉଁ ଘଟରେ ପ୍ରଭୁ ରହନ୍ତି, ତାକୁ ଲୁଚେଇବ କିଏ?
ଯେତେ ଜତ୍ନରେ ଲୁଚାଅ ମଧ୍ୟ,ଉଜ୍ଜ୍ଵଳ ହୋଇ ଦେଖାଏ ।୭।

ତନୁକୁ ଯୋଗୀ ବନାନ୍ତି ସବୁ, ମନକୁ ବିରଳ କେହି,
ସହଜେ ଲଭେ ସମସ୍ତ ବିଧି, ମନଟି ଯାହାର ଯୋଗୀ ।୮।

ରାତ୍ରୀ ହରାଉ ଶୋଇକରି ତୁ, ଦିବସ ହରାଉ ଖାଇ,
ଅମୂଲ୍ୟ ହୀରା ସମ ତୋ ଜନ୍ମ, କଉଡି ମୁଲ୍ୟରେ ଯାଇ ।୯।

'ମୋର' 'ତୋର'ର ଲୌହ ଶୃଙ୍ଖଳେ ବନ୍ଧା ସାରା ସଂସାର,
କବୀର, ବନ୍ଧା କାହିଁକି ହେବ, ନାମ ଯାହାର ଆଧାର ।୧୦।

ଆଧାର

[edit | edit source]
  1. http://anahad-naad.blogspot.in/2011/05/kabirs-dohe-1.html