Jump to content

Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୧୮

From Wikimedia Incubator
Wq > or > ଦୋହା > ସନ୍ଥ କବୀର > ଦୋହା ଗୁଚ୍ଛ ସଂଖ୍ୟା:୧୮

କବୀର ଦୋହା ଗୁଚ୍ଛ ୧୮ [1]

[edit | edit source]

ଆଠ ପ୍ରହର ଚୌଷଠି ଘଡି, ନୁହେଁ ମୋର ଅନ୍ୟ କେହି,
ଚକ୍ଷୁ ଦ୍ଵୟରେ ତୁମେ ହିଁ ଅଛ, ନିଦ ପାଇଁ ସ୍ଥାନ କାହିଁ ।୧।

ଉତ୍ସର୍ଗୀକୃତ ଗୁରୁ ଚରଣେ, ଶତ ବାର ପ୍ରତି ପଳ,
ମାନବରୁ ସେ ଦେବତା କଲେ, ଲାଗିଲାନି କିଛି ବେଳ ।୨।

ଗୁରୁ ରଜକ, ଶିଷ୍ୟ କପଡା, ସାବୁନ ସର୍ଜନାକାର,
ସ୍ମୃତି ପ୍ରସ୍ତର ଉପରେ ପିଟେ, ବିକଶେ ଜ୍ୟୋତି ଅପାର ।୩।

ଗୁରୁ କୁମ୍ଭାର, ଶିଷ୍ୟ ମାଠିଆ, ଗଢେ କାଢି ତାର ଖୋଟ,
ଭିତରେ ସ୍ନେହ ରଖନ୍ତି ଗୁରୁ, ଉପରେ ମାରନ୍ତି ଚୋଟ ।୪।

କବୀର ଅନ୍ଧ ମଣିଷ ଭାବେ ଗୁରୁ ପ୍ରଭୁଠାରୁ ଭିନ୍ନ,
ହରି ରାଗରୁ ଗୁରୁ ବଞ୍ଚାନ୍ତି, ଗୁରୁ ରାଗେ ନାହିଁ ସ୍ଥାନ ।୫।

ରଖିଛ କାହିଁ, ଖୋଜୁଛ କାହିଁ, କିପରି ଆସିବ ହାତେ,
କବୀର ତାହା ପାଇବ ଥିଲେ ଜାଣିଥିବା ଲୋକ ସାଥେ ।୬।

ଯଦି ବା ଜଳେ ଚୌଷଠି ଦୀପ, ଚଉଦ ଚନ୍ଦ୍ରମା ଥାଏ,
ତଥାପି ତୋ ଘର ଅନ୍ଧାର ଭରା, ସଦ୍ଗୁରୁ ନ ଥିବା ଯାଏ ।୭।

ବନ୍ଧନ ଯୁକ୍ତ ଦୁଇ ମାନବ, କା ବନ୍ଧନ କେ ଖୋଲିବ,
ବନ୍ଧନ ମୁକ୍ତ ଜଣେ ମିଳିଲେ, ଅନ୍ୟର ସେହି ଖୋଲିବ ।୮।

ସାଧୁ ହେବାଟା କଷ୍ଟ ଯେମିତି ଚଢିବା ଉଚ୍ଚ ଖଜୁର,
ଚଢିଲେ ପ୍ରେମ ରସ ଚାଖିବ, ପଡିଲେ ଚକନା ଚୂର ।୯।

ଆସନ୍ତି କେହି ଭାବ ସହିତ, କାହାର ଭାବ ଅଭାବ,
ସାଧୁ ନିଅନ୍ତି ଦୁହିଙ୍କ ଯତ୍ନ, ନ ଭାବି ଭାବ ଅଭାବ ।୧୦।

ଆଧାର

[edit | edit source]
  1. http://anahad-naad.blogspot.in/2011/05/kabirs-dohe-1.html