Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୧୭
କବୀର ଦୋହା ଗୁଚ୍ଛ ୧୭ [1]
[edit | edit source]ଭଜିବି ଯଦି କାହାକୁ ମନ, ତ୍ୟାଗ କରିବି କାହାକୁ
ଭଜନ, ତ୍ୟାଗ ମଝି ରାସ୍ତାଟି ପାଏ କବୀର ମନକୁ । ୧।
ଯୁଝିବା ଛଡା ଫେରି ନ ପାରୁ, ଘରୁ ଆସିଅଛୁ ଦୂର,
ଶିର(ଗର୍ବ) ପ୍ରଭୁଙ୍କୁ ସମର୍ପି ଦିଅ, ଶୋଚନା କରନି ବୀର । ୨।
ଶିର(ଗର୍ବ) କଟିଲେ ଶିର(ମୁଣ୍ଡ) ରହିଯାଏ, ନୂଆ ଶିର(ଜ୍ୟୋତି)ଜାତ ହୁଏ,
ଯେମିତି ଦୀପ ବତୀ ଜଳିଲେ, ଉଜ୍ଜ୍ଵଳ ଆଲୋକ ଦିଏ ।୩।
ହାରି ଗଲେ ମୁଁ ସେବିବି ଗୁରୁ, ଜିତି ଗଲେ ଭଲ ହେବ,
ସତ୍ ନାମ ସହ ଖେଳ ଖେଳିବି, ଶିର ଚାଲିଗଲେ ଯିବ । ୪।
ସନ୍ଧାନୀକୁ ଡର ବହୁତ ଲାଗେ, ପଳ ପଳ ଭୋଗେ ବିୟୋଗ,
ପଣ ରଖି କରି ଯେ ପ୍ରାଣୀ ମରେ, ଲଭେ ସେ ପ୍ରଭୁଙ୍କ ଯୋଗ ।୫।
ପତିବ୍ରତା ସ୍ତ୍ରୀ ହେଉ ମଇଳା, କାଳି, କୁସ୍ଥିତା, କୁରୁପୀ,
ପତିବ୍ରତା ସ୍ତ୍ରୀ ରୂପ ଆଗରେ, ଉତ୍ସର୍ଗ କୋଟି ସୁରୁପୀ । ୬।
ପତିବ୍ରତା ନାରୀ ପତି ପ୍ରବଣା, ଅପର ଆସକ୍ତି ନାହିଁ,
ସିଂହ ଛୁଆ ପଛେ ଭୋକେ ମରିବ, ଘାସ କେବେ ଖାଏ ନାହିଁ । ୭।
ଆଖଡା ଘରେ ସୁନ୍ଦରୀ ଆସି ଖେଳେ ପ୍ରିୟ ସାଥେ ଖେଳ,
ଜ୍ଞାନ ପ୍ରଦୀପ ଜଳେଇ ଦେଇ, କାମନାକୁ କରେ ତେଲ ।୮।
ମୁଣ୍ଡ ରହେନି ଶୂର ବୀରର, ଦାତାର ରହେନି ଧନ,
ପତିବ୍ରତାର ସ୍ଵାସ୍ଥ୍ୟ ରହେନି, ସ୍ଵାମୀ ସଙ୍ଗେ ତାର ମନ ।୯।
କବୀର ମଥା ସିନ୍ଦୁର ସ୍ଥାନେ କଜ୍ଜ୍ଵଳର ଶୋଭା କାହିଁ?
ଚକ୍ଷୁରେ ପତି ସର୍ବଦା ସ୍ଥିତ, ଦ୍ଵିତୀୟର ସ୍ଥାନ କାହିଁ ।୧୦।