Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୧୪
କବୀର ଦୋହା ଗୁଚ୍ଛ [1]
[edit | edit source]ପ୍ରଭୁ ମିଳନ ଆଶା କରୁ ତୁ, ଏଣେ ଚାହୁଁ ଦେହ ସୁଖ,
ପଦ୍ମିନୀ ନାରୀ ବି ପାଏ ସନ୍ତାନ, ପାଇ ସାରି ଗର୍ଭ ଦୁଃଖ ।୧।
ବଣାଗ୍ନି ସମ ଜଳେ ହୃଦୟ, ଧୂମ ପ୍ରକଟ ନ ହୁଏ,
ଜଳିଛି ଯିଏ, ଜାଣିଛି ସିଏ, ଜାଣିଛି ଯିଏ ଲଗାଏ ।୨।
ଚକୋର ପାଏ ରାତ୍ରୀ ବିଚ୍ଛେଦ, ପ୍ରଭାତେ ହୁଏ ମିଳନ,
ପ୍ରଭୁ ବିଚ୍ଛେଦ ରାତି ବା ଦିନ ପରେ ହୁଏନି ମିଳନ।୩।
ମରଣ ପରେ ସାକ୍ଷାତ ନାହିଁ, କହେ କବୀର ରାମ,
ଲୁହା ମାଟିରେ ମିଶିଲା ପରେ ପରଶର କିବା କାମ ।୪।
ବୈଦ୍ୟ ଦେଖିଲେ କବୀର ଦାସ, ପରୀକ୍ଷା କଲେ ବହୁତ,
ବଇଦ କାହୁଁ ଜାଣି ପାରିବ, ହୃଦୟେ କଷ୍ଟ ଯେ ସ୍ଥିତ ।୫।
ପ୍ରେମ ରସ ମୋ ମନ ଜାଣିନି, ନାହିଁ ଶରୀରରେ ଢଙ୍ଗ,
ଶିଷ୍ଟାଚାର ମୁଁ ଜାଣିନି କିଛି, କେମିତି କରିବି ସଙ୍ଗ ।୬।
ତୁମେ ପ୍ରିୟ ତ ଅତି ସମର୍ଥ, ଧର ଦୃଢେ ମୋ ବାହୁକୁ,
ମଝି ରାସ୍ତାରେ ଦିଅନି ଛାଡି, ନିଅ ଗନ୍ତବ୍ୟ ସ୍ଥଳକୁ ।୭।
ଅତି ପ୍ରେମରେ ଡାକନ୍ତି ପ୍ରିୟ, ଚାଲି ଯାଇ ମୁଁ ନ ପାରେ,
ପ୍ରିୟ ଉଜ୍ଜ୍ଵଳ, ମୁଁ ତ ମଇଳା, ପାଦକୁ ଛୁଇଁ ନ ପାରେ ।୮।
ଜାଣିନାହୁଁ ତୁ ଗନ୍ତବ୍ୟ ସ୍ଥଳ, ଜାଣିନୁ ନାମ ଗ୍ରାମର,
ଯୁଗ ବିତିଲା ଚାଲିରେ କିନ୍ତୁ ଅଧ ମାଇଲର ଦୂର ।୯।
ସାଧୁ କହନ୍ତି, ସାଥୀରେ ଚାଲ ,ସନ୍ଦେହ ରହିଛି ମୋର,
ପ୍ରଭୁ ପରିଚୟ ନାହିଁ ସାଧୁଙ୍କ, ଯାଉଥିବି କେତେ ଦୂର ।୧୦।