Wq/or/ଦୋହା/ ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୧୩
କବୀର ଦୋହା ଗୁଚ୍ଛ ୧୩ [1]
[edit | edit source]ବିରହ ଅଗ୍ନିରେ ଜଳି ବୁଲୁଛି, ଏହାହିଁ ମୋହର ଦୁଃଖ,
ଛାଇରେ କେବେ ବସି ପଡ଼ିଲେ, ଜଳିଯାଏ ସାରା ବୃକ୍ଷ ।୧।
ବିରହ ଅଗ୍ନିରେ ଜଳି ଜଳି ମୁଁ. ଜଳାଶୟ ପାଶେ ଗଲି,
ଜଳିଲା ପାଣି, ଜାଣେନି ମୁହିଁ, କେଉଁଠି ଲିଭିବ ବୋଲି ।୨।
ଅଗ୍ନିର ଧାସ ସହନ ସାଧ୍ୟ, ସହି ହେବ ଖଡ୍ଗ ଧାର,
ଏକ ଧାରାରେ ପ୍ରେମ କରିବା ମହା କଠିନ ବ୍ୟାପାର ।୩।
ଦୀପରେ ତେଲ ଭରି ଦେଲେ ସେ, ଦେଲେ ବତୀ ଯେ ସରେନି,
ସଂସାର କର୍ମ ପୂର୍ଣ୍ଣ କଲି ମୁଁ , ଏ ହାଟକୁ ଫେରିବିନି ।୪।
ମାୟା ଧରିଛି ଠଗଣୀ ବେଶ୍, ଠକି ବୁଲେ ସବୁ ଦେଶ,
ଏହି ଠକକୁ ଯେ ଠକି ପାରେ, ଥାଏ ପ୍ରଭୁ ଆଶିଶ ।୫।
ମାୟା ବିଦାୟ ନେଲେ କି ହେଲା, ମାନ ତ୍ୟାଗ ନାହିଁ ହୁଏ,
ବଡ ବଡ଼ ସାଧୁ ବିଦାୟ ନେଲେ, ମାନ ସମସ୍ତଙ୍କୁ ଖାଏ ।୬।
ମରିବିନି ମୁଁ ଯଦି ବା ମରେ ଏହି ସମସ୍ତ ସଂସାର,
ମୋତେ ମିଳିଲେ ଜୀବନ ଦାତା, ରଖିଗଲେ କାଳ ଚୀର ।୭।
ସୀମା ଟପିଲା ଅସୀମ ଗଲା, ରହିଲେ କବୀର ହୋଇ,
ସୀମା ବିହୀନ ମୈଦାନ ମଧ୍ୟେ କବୀର ରହିଲେ ଶୋଇ ।୮।
ବିରହୀଣି ମୁଁ , ମରଣ ଦିଅ ଅଥବା ଦିଅ ଦର୍ଶନ,
ଆଠ ପ୍ରହରର ଏହି ଯନ୍ତ୍ରଣା, ନ ହୁଏ ମୋର ସହନ ।୯।
ହସ ଖେଳରେ ସ୍ଵାମୀ ମିଳେନି, କାନ୍ଦିଲେ ହିଁ ସ୍ଵାମୀ ମିଳେ,
ହସ ଖେଳରେ ସ୍ଵାମୀ ମିଳିଲେ ସୁଆଗି ହେବ ବା କିଏ?୧୦।