Wq/or/ଦୋହା/ସନ୍ଥ କବୀର/ଦୋହା ଗୁଚ୍ଛ ସଂଖ୍ୟା:୩୧
କବୀର ଦୋହା ଗୁଚ୍ଛ ୩୧ [1]
[edit | edit source]ବହୁ ଦିନରୁ ଅପେକ୍ଷା କରି ରଟୁଛି ତୁମର ନାମ,
ହୃଦୟେ ଇଚ୍ଛା ତୁମ ମିଳନ, ମନରେ ନାହିଁ ବିଶ୍ରାମ ୧।
ବିରହି ସର୍ପ ତନୁ ଦଂଶୁଛି, ମନ୍ତ୍ର କରୁନାହିଁ କାମ,
ପ୍ରଭୁ ବିରହି ବଞ୍ଚି ପାରେନି, ବଞ୍ଚିଲେ ପାଗଳ ନାମ ।୨।
ହାତରେ କମଣ୍ଡଳୁ ବିରହ, ବୈରାଗୀ ମୋ ଦୁଇ ଚକ୍ଷୁ,
ଦର୍ଶନ ମଦିରା ମାଗୁଅଛି ମୁଁ, ରାତି ଦିନ ଚାଖିବାକୁ ।୩।
ମାଂସ ଶୁଖି ମୁଁ କଙ୍କାଳସାର, ଅନେଇ ବଦିଛି କାକ,
ଏ ଯାଏ ପ୍ରିୟ ଆସିଲେ ନାହିଁ, କେଡେ ମନ୍ଦ ମୋର ଭାଗ୍ୟ ।୪।
ନିଦ ଆସୁନି ଆଖିକୁ ମୋର, କାନ୍ଦି କାନ୍ଦି ସାରା ରାତି,
ଆଖି ଅବସ୍ଥା ଦେଖି ସମସ୍ତେ ଭାବନ୍ତି ମୁଁ ଅଟେ ରୋଗୀ ।୫।
ଅଗ୍ନିରେ ସ୍ଥିତ ଜଳାର୍ଦ୍ର କାଷ୍ଠ ସମ ବିରହୀ ଅବସ୍ଥା,
ବିରହ ଅଗ୍ନି ସହି ହେଉନି, ଜଳିଲେ ହୁଅନ୍ତା ରକ୍ଷା ।୬।
ବଣ ପର୍ବତ ଖୋଜିଲି ମୁହିଁ, ଚକ୍ଷୁ ନଷ୍ଟ ହେଲା ମୋର,
ସେହି ଔଷଧ ପାଇବି କାହୁଁ, ଚକ୍ଷୁ ନଷ୍ଟ ହେଲା ମୋର ।୭।
ସମସ୍ତ ତରୁବର ପାଖକୁ ଯାଇ ଖୋଜିଲି ଫଳ,
ଦର୍ଶନ ଭିକ୍ଷା ମାଗେ କବୀର, ବୁଲି ବୁଲି ପ୍ରତି ପଳ । ୮।
ବିରହୀ ମନ ପ୍ରିୟ ବିହୁନେ, ଝୁରି ଝୁରି ଦୁଃଖ ପାଏ,
ରାତି ଦିନର ଜ୍ଞାନ ନାହିଁ ମୋ, ଗୁମୁରି ମୁଁ କାନ୍ଦୁଥାଏ ।୯।
ପ୍ରଭୁ ସେବାରେ ଦେହ ଜଳିଲେ, ମାଂସ ସବୁ ହୁଏ କ୍ଷୟ,
ତାଙ୍କ ସେବାରେ ମନ ରହିଲେ, ଦେହ ହୁଏ ନାହିଁ କ୍ଷୟ ।୧୦।
ବିରହ ବିରହ କହନି କେବେ, ବିରହ ହିଁ ବାଦଶାହ,
ଯେ ଦେହେ ବିରହ ସଞ୍ଚରି ନାହିଁ, ମଶାଣି ସମ ସେ ଦେହ ।୧୧।
ଢଳିଲା ଦିନ ତୋ ପଥ ଚାହିଁ, ରାତି ସରି ଆସୁଅଛି,
ବିରହୀଣି ପ୍ରିୟ ଭେଟ ନ ହୁଏ, ମନ ବ୍ୟସ୍ତ ହେଉଅଛି ।୧୨।
କେମିତି ହେବ ସେହି ଦିନଟି, ମୋ ବାହୁ ଗୁରୁ ଧରିବେ,
ପଦ କମଳ ପାଖେ ବସେଇ, ନିଜର ସେ କରି ନେବେ ।୧୩।