Wq/or/ଢଗଢମାଳି/ଲକ୍ଷଣାର୍ଥ

From Wikimedia Incubator
Wq > or > ଢଗଢମାଳି > ଲକ୍ଷଣାର୍ଥ
  1. ଚୋର ମା ଯଦି କାନ୍ଦେ ଆଖି ମଳିମଳି କାନ୍ଦେ ।
    (ଅର୍ଥ: ଖରାପ କାମ କରିଥିବା ଲୋକର ସହଭାଗୀର ତାହା ପ୍ରତି ପ୍ରଛନ୍ନ ସହଯୋଗ ।)
  2. ମାରିନେଲେ ମହାପାତ୍ରେ ଚାହିଚାହିଁ ଜଳକା ।
    (ଅର୍ଥ: ଜଣେ ଚତୁର ଲୋକ ଲୋକଙ୍କୁ ଭୁଆଁ ବୁଲାଇ ନିଜ ସ୍ଵାର୍ଥ ହାସଲ କରିବା ବେଳେ ଆଉ ଜଣେ ଜଳକା ହୋଇ ଚାହିଁ ରହିବା ।)
  3. ଆଙ୍ଗୁଠି ଭିତରେ ମଳିଭିତରେ ଭିତରେ ସଲାସୁତରା ଉପରେ ଉପରେ କଳି ।
    (ଅର୍ଥ: ଉପରେ ଉପରେ ସଲାସୁତରା କରି ଭିତରେ ଉପରେ ଲୋକଦେଖାଣିଆ କଳି କରିବା)
    ସମର୍ଥବୋଧକ: ଲୁଚିଛି ନା ଗୋଡ ଦିଇଟା ଦିଶୁଛି!
  4. ଶୁଣ୍ଢି ସାକ୍ଷୀ ମାତାଲ!
    (ସମଗୋଷ୍ଠୀର ଲୋକ ସଦା ସାଥି ହୁଅନ୍ତି)
    ସମାର୍ଥବୋଧକ: ସବୁ ଚୋର କେଦାରଶ୍ଵରରେ ରୁଣ୍ଡ ।
  5. ସେଇ ଘଇତା କଲୁ, ବୟସ ଗଡ଼େଇ ଦେଲୁ!
    (ଅର୍ଥ: ଜାଣିଶୁଣି ସେହି ଏକା କାମକୁ ବିଳମ୍ବରେ କରିବା ।)
  6.     ଚଅର ପୋଖରି ଡଅଁର ଗଣ୍ଡରେ
    ଭଅଁର କରିଛି ବସା
    କେଉଁ କଥା ପାଇଁ କରିଥିଲି ଆଶ
    ଦାଣ୍ଡେ ହେଲି ଲୋକ ହସା ॥
  7. ତୁଛାକୁ ଏତେ ନା ମୁଦି ନାହିଁ ଗୋଡ଼ କଛାଡୁ କେତେ ।
    (କିଛି ନଥାଉଣୁ ତୁଛାରେ ଅଥୟ ହେବା)
  8. ନ ଦେଖିଲା ଲୋକ ବେକ ନା କଇଁଛ କାଢ଼ିଛି ବେକ ॥
  9. ଅଲାଜୁକ ଷାଠିଆ ପାନ ନାହିଁ ଗୁଆ ନାହିଁ ଖାଲି ବଟୁଆ!
    (ଅର୍ଥ:ଲାଜ ସରମ ନଥିବା ଲୋକ କିପରି ବାହାରକୁ ମିଛ ବାହାଦୁରି ଦେଖାଏ, ସେକଥା ଏଠାରେ କୁହାଯାଇଛି ।)
  10. କାଳି ଗାଇ ର ଭିନେ ଗୋଠ!
    (ଅର୍ଥ: ନୀଚଲୋକ ସଦାବେଳେ ଅଲଗା ହୋଇ ରହିଥାଏ)
  11. ଏଣ୍ଡୁଅ ଧାଉଡ଼ି ସିଜୁ ବୁଦାକୁ!
    (ଅର୍ଥ: ଅପଗଣ୍ଡ କେବଳ ସୀମିତ ଚିନ୍ତାଧାରା ଭିଆତେ ରହିଥାଏ ।)
  12. ଆଗ ପଞ୍ଚା, ସବୁ କଞ୍ଚା!
  13. : (ଅର୍ଥ:ଯାହା ଆଗରୁ ପାଞ୍ଚି ରଖିଥିବ, ସେ ହୁଏତ ଠିକଣା ବେଳରେ ଫସର ଫାଟିଯାଇପାରେ ।)
  14. ଓଧ ସାଙ୍ଗରେ ବଣଭୁଆ ବାଇ!
    (ଅର୍ଥ: ଜଣଙ୍କ ବୁଦ୍ଧିରେ ପଡ଼ି ଆଉ ଜଣେ ଭୁଲ କରିବା)
  15. ଘଇତା ପଛେ ମରୁ କିନ୍ତୁ ସଉତୁଣି ରାଣ୍ଡ ହେଉ!.
  16. ବାଙ୍ଗରା, ଟିଙ୍ଗରା ସାଇବ........ ଏହାଙ୍କୁ ନ ପାରଇ ଦଇବ.....
  17. ମୋତେ ନ ଅଣ୍ଟେ ମୁଁ ନେଇ କରି ସାଇରେ ବାଣ୍ଟେ
  18. କେଉଟକୁ ଯେବେ ଧରେ ସରଦ
    ଦରଜି ଟିପ ହୋଇଲେ ଦରଜ
    ବଣିଆର ଯେବେ ଆଖି ଧରଇ
    ଗୁଡ଼ିଆ ହାତରେ ଛଉ ଫୁଟଇ
    ଧୋବଣି ଗୋଡ଼ରେ ହୋଇଲେ କନ୍ଦା
    ବୋଲେ ଦନାଇ ବୁଡେ ୟାଙ୍କ ଧନ୍ଦା ॥
  19. ବଙ୍ଗାଳୀ ଗୋଜା,ଘଇତା ଉପରେ ମାଇପ ରାଜା
  20. ବେଦୀ ରେ ବରକୁ ଧରଇ ଜର
    ଅଣ୍ଡିରାଚଣ୍ଡୀକୁ ନମିଳେ ବର
    ପାଟ ବୁଣେ ଭୁଲିଆପିନ୍ଧେ
    ନେକେଡ଼ା କେଉଟ ଧରେ ମାଛଖାଏ କଙ୍କଡ଼ା
  21. ଏଣ୍ଡୁଅପରି ମୁଣ୍ଡ ଟୁଙ୍ଗାରିବା
    (ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣ୍ଡୁଅପରି ମୁଣ୍ଡ ଟୁଙ୍ଗାରୁଥାଏ)
  22. ଓଷଦ ରାଗରେ ତାଟିଆ କାମୁଡିବା
    (ପ୍ରକୃତ ଲୋକ ବିରୋଧରେ କିଛି ନକରି ପାରି ଅନ୍ୟ ଉପରେ ଦାଉ ସାଧିବା)
  23. କାଣୀ ବିରାଡ଼ି କୁଜି ଅସରପା ଉପରେ ରଜା
    (କାଣୀ ବିରାଡ କୁଜି ଅସରପା ଉପରେ ରଜା )
  24. କୁଆ ମଇତା, ବାହା ନ ହେଇ ଦାରୀର ଷୋଳ ଘଇତା!
  25. ଏ ଘର ମାଉସୀ ସେ ଘର ପିଉସୀ
    (ଏପଟେ ସେପଟେ ଛିଦ୍ରକରି ଯେ ସବୁଠାରେ ଭଲେଇ ହୁଏ)
  26. ଝିମିଟି ଖେଳରୁ ମହାଭାରତ
    (ସାମାନ୍ୟ ଘଟଣାରୁ ଭୟଙ୍କର ପରିସ୍ଥିତିର ସୂତ୍ରପାତ)
  27. ଠକ ଠକ ମାଳି ଭଜନ ଟାଣ
    ଭୋକ କଲା ଭାତ ପାଖକୁ ଆଣ |