Wq/or/ଢଗଢମାଳି/ଉପଦେଶମୂଳକ
Appearance
- ଅଖ ପଡ଼ିଥିଲେ ଚକ ଘୁରୁଥାଏ
ବୁଲି ପଡୁଥାଏ ମଇ
ସଂସାର ଭିତରେ ଘର କରିଥିଲେ
ପଥର ପଡ଼ିଲେ ସହି । - ଅର୍ଥ ସଞ୍ଚନ୍ତି ଯେତେ ନର
କେବଳ ଶ୍ରମ ତାହାଙ୍କର
ଅର୍ଥେ ନ ପାଇ କାମ ମୋକ୍ଷ
ସେ ପ୍ରାଣୀ ଅଧମ ପ୍ରତ୍ୟକ୍ଷ । - ଆକାଶ କଇଁଆ ଚିଲିକା ମାଛ
କେତେ କରୁଅଛୁ ଅପାଞ୍ଚ ପାଞ୍ଚ । - ଆପଣା ଭଉଣୀ ନ ପାଏ ଭାତଗୁଣ୍ଡା
ଶଳାଶାଳୀ ପାଇଁ ଥୁଆ କ୍ଷୀରମଣ୍ଡା । - ଆହାରେ ଭଲ ମନ୍ଦ ନାହିଁ,
ଯେ ସ୍ଥାନେ ଯେବଣ ମିଳଇ । - ଇଛା ଥିଲେ ଉପାୟ ବଳେ ବଳେ ଆସେ ।
- କଉଡ଼ି ନେବ ଗଣି
ପାଣି ପିଇବ ଛାଣି
ଦୁଃଖୀକୁ ନୋହିବ ଜାଣି
କଥା କହିବ ଜାଣି
ଉଞ୍ଚରେ କରିବ ଖଣି
ଦଉଡ଼ି କରିବ ବୁଣି
ଶାଗ ଖରଡାରେ ନଦେବ ପାଣି
ଦନାଇ ଭଣି
ବିଭା ନୋହିବ କାଣି
ହେଉ ପଛେ ରାଜରାଣୀ । - କଥା କହୁଥିବ ଜାଣି
କୃଷିକୁ ଥିବଟି ସଙ୍ଗୀ
ରାତିରେ ନଉଠି ହଗି
ପାଚିଲା କ୍ଷେତକୁ ଜଗି
କହେ ଦନାଇ ଚାହିଁ କରି ଚଳିବ
ନୋହିବ ଋଣୀ ବା ରୋଗୀ । - କାତ ନଥାଇ ନଉକା ବାହିବା
ଭାତ ନ ଖାଇ ଯାତ ଦେଖି ଯିବା
ଛାତ ଦଦରା ପକାରେ ଶୋଇବା
ଗାତ ନ ଖୋଳି ଗଛ ଲଗାଇବା
ତାତ ନ ଖାଇ ଲୁହା ବାଡ଼େଇବା
ପର ନାତୁଆ ଗାଈକୁ ଦୁହିଁବା
ଦନାଇ କହଇ ପ୍ରାଣେ ପୀଡ଼ା ଲୋକହସା ହୁଅଇ । - ବିଦ୍ୟା ଅଟଇ ମହାଧନ
ବାଳକେ କର ଉପାର୍ଜନ । - ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର । - ମର୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ । - ଯେ ଦେଶ ଯାଇ,
ସେ ଫଳ ଖାଇ । - ଯେ ପାଞ୍ଚେ ପର ର ମନ୍ଦ
ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । - ତୁଳସୀ ଦୁଇ ପତ୍ରରୁ ବାସେ ।
- ଗରଜିଲା ମେଘ ବରଷେ ନାହିଁ ।