Wq/or/କବିତା:ସନ୍ଥ କବୀର/ ୧୦୪:ଶରୀର ବସ୍ତ୍ର

From Wikimedia Incubator
< Wq‎ | or

ଶରୀର ବସ୍ତ୍ର[1][edit | edit source]

ଶରୀର ବସ୍ତ୍ର ଅତୀବ ସୂକ୍ଷ୍ମ, ଶୁଣ ଆହେ ମୋର ଭାଇ,
ପ୍ରଭୁ ପବିତ୍ର ନାମକୁ ନେଇ ବୁଣା ହୋଇଅଛି ଏହି ।

ଆଠଟି ପଦ୍ମ ପାଖୁଡା ଶକ୍ତି ରହିଛି ଏହା ଭିତର,
ପାଞ୍ଚ ତତ୍ତ୍ଵରେ ହୋଇଛି ବୁଣା ମନୋହର ଏହି ବସ୍ତ୍ର ।

ଚାନ୍ଦ୍ର ଦଶ ବା ରବି ନଅ ମାସ ଲାଗି ହୋଇଛି ତିଆର,
ଦାୟିତ୍ତ୍ଵହୀନ କରନ୍ତି ନଷ୍ଟ ଦାଗ ଦେଇ ଅବାନ୍ତର ।

ବସ୍ତ୍ର ତିଆରି ସରିଲେ ରଙ୍ଗ ମିସ୍ତ୍ରୀ ପାଶେ ପଠାଯାଏ,
ଅତି ଯତ୍ନରେ ରଙ୍ଗ ମଡାଏ ଅତୀବ ଉଜ୍ଜ୍ଵଳ ହୁଏ ।

ପିନ୍ଧ ବାସନ କୃତଜ୍ଞତାରେ ଉପହାର କ୍ଷଣସ୍ଥାୟୀ,
ଅପରିପକ୍ଵ ଭେଦ ନ ଜାଣି ପ୍ରଦୂଷିତ କରି ଯାଇ ।

ଆଧାର[edit | edit source]

  1. www.urbanmysticbooks.com/Kabir_Excerpts.pdf