Wq/or/କବିତା:ସନ୍ଥ କବୀର/ ୧୦୩:ଜଳରେ ଥାଇ ମାଛ

From Wikimedia Incubator
< Wq‎ | or

ଜଳରେ ଥାଇ ମାଛ[1][edit | edit source]

ଜଳରେ ଥାଇ ମାଛକୁ ଶୋଷ, ଶୁଣି ହସେ ମୋର ମନ,
ଆତ୍ମା ନ ଚିହ୍ନି ମଥୁରା କାଶୀ, ଜନ ବୁଲେ ଲକ୍ଷହୀନ ।

କସ୍ତୁରୀ ମୃଗ ନିଜ ନାଭିର ଆଘ୍ରାଣ କରି ଅତର,
ଦୁଃଖିତ ମନେ ଖୋଜେ ଜଙ୍ଗଲେ ହୋଇ ଅତୀବ ଅସ୍ଥିର ।

ଜଳାଶୟରେ ପଦ୍ମ ଫୁଟିଛି, ଦେଖ ପାଖୁଡା ତାହାର,
ମହୁ ମାଛିଟି ପ୍ରବେଶ କରି କରେ ମହୁ ତାର ଜୁର ।

ତୁମ ତ୍ରିଶକ୍ତି ଲୟକୁ ରଖ, ସାଧୁ ସନ୍ଥ ପଥ ଧର,
ପ୍ରଭୁଙ୍କୁ ଯିଏ ଧ୍ୟାନ କରନ୍ତି, ପାଆନ୍ତି ନିଜ ଭିତର ।

ବର୍ତ୍ତମାନ ବି ପ୍ରଭୁ ଅଛନ୍ତି, ତୁମର ନିଜ ସାଥିର,
ତଥାପି କୁହ ତୁମଠୁ ଦୂର, ବୋକାମୀ ଯୋଗୁ ଅସ୍ଥିର ।

ଆଧାର[edit | edit source]

  1. www.urbanmysticbooks.com/Kabir_Excerpts.pdf