Jump to content

Wq/or/କବିତା/ ସନ୍ଥ କବୀର/ ୭: ଯେତେବେଳେ ସେ ନିଜେ ଇଚ୍ଛନ୍ତି

From Wikimedia Incubator
ସନ୍ଥ କବୀର > ୭: ଯେତେବେଳେ ସେ ନିଜେ ଇଚ୍ଛନ୍ତି

ଯେତେବେଳେ ସେ ନିଜେ ଇଚ୍ଛନ୍ତି [1]

[edit | edit source]

(Sâdho, Brahm alakh lakhâyâ)

ଯେତେବେଳେ ସେ ନିଜେ ଇଚ୍ଛନ୍ତି, ନିଅନ୍ତି ଏକ ଆକାର,
ବ୍ରହ୍ମ ଦିଅନ୍ତି ନିଜ ଦର୍ଶନ, ଦୃଷ୍ଟାନ୍ତ ନାହିଁ ଏହାର ।

ମଞ୍ଜି ଯେପରି ବୃକ୍ଷରେ ଥାଏ, ଛାୟା ଥାଏ ବୃକ୍ଷ ସାଥେ,
ଅସୀମ କାୟା ଶୂନ୍ୟତା ମଧ୍ୟେ, ଶୂନ୍ୟତା ଆକାଶ ପଥେ ।

ଅସୀମ ବାହାରୁ ଅସୀମ ଜନ୍ମ, ଅସୀମରୁ ସୀମାନୀତ,
ବ୍ରହ୍ମରେ ଆକାର, ଆକାରରେ ବ୍ରହ୍ମ, ସଂଯୁକ୍ତ ପୁଣି ବିଯୁକ୍ତ ।

ନିଜେ ନିଅନ୍ତି ବୃକ୍ଷ ଆକାର, ମଞ୍ଜି, ଅଙ୍କୁର ସେ ନିଜେ,
ନିଜେ ହିଁ ପୁଷ୍ପ, ଫଳ ନିଜେ ହିଁ, ବୃକ୍ଷର ଛାୟା ସେ ନିଜେ ।

ନିଜେ ହିଁ ସୂର୍ଯ୍ୟ, ନିଜେ ଆଲୋକ, ଯାହା ସବୁ ଆଲୋକିତ,
ନିଜେ ହିଁ ବ୍ରହ୍ମ, ନିଜେ ହିଁ ଜୀବ, ନିଜେ ହିଁ ମାୟା ସମ୍ଭୁତ ।

ନିଜେ ନିଅନ୍ତି ଅନେକ ରୁପ, ଅସୀମ ସ୍ଥାନ ସମ୍ଭାର,
ନିଜେ ହିଁ ଶ୍ଵାସ, ନିଜେ ହିଁ ଶବ୍ଦ, ନିଜେ ହିଁ ଅର୍ଥ ତାହାର ।

ସେ ନିଜେ ସୀମା, ସେ ସୀମା ମୁକ୍ତ, ସୀମା ଅସୀମ ଅତୀତ,
ବିଶୁଦ୍ଧ ବ୍ରହ୍ମ ଜୀବ ଶରୀରେ, ମାନସ ନାମେ ସଂସ୍ଥିତ ।

ଆତ୍ମାରେ ସ୍ଥିତ ପରମ ଆତ୍ମା, ପରମାତ୍ମା ବିନ୍ଦୁ ସ୍ଥିତ,
କବୀର ହୁଏ ପବିତ୍ର ଦେଖି , ବିନ୍ଦୁରେ ପ୍ରତିଫଳିତ ।

ଆଧାର

[edit | edit source]
  1. https://web.archive.org/web/20121105124929/http://www.readbookonline.net/readOnLine/5326/