Wq/or/କବିତା/ ସନ୍ଥ କବୀର/୮୧: ପ୍ରାରମ୍ଭ ବେଳେ ଥିଲେ ଏକାକୀ

From Wikimedia Incubator
< Wq‎ | or‎ | କବିତା/ ସନ୍ଥ କବୀର ସନ୍ଥ କବୀର > ୮୧: ପ୍ରାରମ୍ଭ ବେଳେ ଥିଲେ ଏକାକୀ

ପ୍ରାରମ୍ଭ ବେଳେ ଥିଲେ ଏକାକୀ [1][edit | edit source]

ପ୍ରାରମ୍ଭ ବେଳେ ଥିଲେ ଏକାକୀ, ସ୍ଵୟଂ ସମ୍ପୁର୍ଣ୍ଣ,
ନିରାକାର ଓ ରଙ୍ଗବିହୀନ, ସର୍ବ ସମ୍ପର୍ଣ୍ଣ ।

ପ୍ରାରମ୍ଭ, ମଧ୍ୟ, ଅନ୍ତ ନ ଥିଲା, ଚକ୍ଷୁ ନ ଥିଲା,
ଆଲୋକ, ଅନ୍ଧାର ଏହି ସମସ୍ତ କିଛି ନ ଥିଲା ।

ଆକାଶ, ବାୟୁ, ଭୂମି ନ ଥିଲା, ଅଗ୍ନି ନା ନୀର,
ଗଙ୍ଗା, ଜମୁନା, ମାଟି, ନଦୀ ନା ଢେଉ, ସାଗର ।

ପାପ ପୂଣ୍ୟର ନାମ ନ ଥିଲା, ନା ଧର୍ମ ଗ୍ରନ୍ଥ,
ନ ଥିଲା ବେଦ, କୋରାଣ, ପୁରାଣ ନା ତାର ଅର୍ଥ ।

କବୀର କହେ ନ ଥିଲା କାର୍ଯ୍ୟ , ଅକାର୍ଯ୍ୟମାନ,
ପରମ ସତ୍ତା ସ୍ଵୟଂ ମଧ୍ୟରେ ଥିଲେ ତଲ୍ଲୀନ ।

ଖାଦ୍ୟ, ପାନୀୟ, ଜୀବନ ମୃତ୍ୟୁ ଗୁରୁଙ୍କ ନାହିଁ,
ରୁପ, ରଙ୍ଗ ନା ବେଶ ପୋଷାକ କିଛି ବି ନାହି ।

ଜାତି ବା ଗୋଷ୍ଠୀ ନାହିଁ କିପରି ବର୍ଣ୍ଣିବି ମୁହିଁ ,
ଅନାମ ସେହି ନୁହେଁ ରଙ୍ଗୀନ, ବେରଙ୍ଗ ନାହିଁ,
ନାହିଁ ଆକାର, ତାଙ୍କର କିଛି ନିବାସ ନାହିଁ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir