Wq/or/କବିତା/ ସନ୍ଥ କବୀର/୭୯: ନାସ୍ତିକ ନୁହେଁ ନା ମୁଁ ଆସ୍ତିକ

From Wikimedia Incubator
ସନ୍ଥ କବୀର > ୭୯: ନାସ୍ତିକ ନୁହେଁ ନା ମୁଁ ଆସ୍ତିକ

ନାସ୍ତିକ ନୁହେଁ ନା ମୁଁ ଆସ୍ତିକ [1][edit | edit source]

ନାସ୍ତିକ ନୁହେଁ ନା ମୁଁ ଆସ୍ତିକ, ନୁହେଁ ନିୟମ ସ୍ନାୟୁ ଅଧୀନ,
ନୁହେଁ କେହି ମୁଁ ଶ୍ରୋତା, ବକତା, ନୁହେଁ ଚାକର ନା ଅନ୍ନଦାତା ।

ବନ୍ଧିତ ନୁହେଁ, ନୁହେଁ ବା ମୁକ୍ତ, ନୁହେଁ ବିଯୁକ୍ତ ଅଥବା ଯୁକ୍ତ ।
ନାହିଁ ମୁଁ କାହାଠାରୁ ଦୂରରେ, ରହେ ନାହିଁ ମୁଁ କାହା ପାଖରେ ।

ଯିବାକୁ ନାହିଁ ସରଗ ଲୋକ, ଅଥବା ନର୍କ ଯାହାର ନାମ,
କରିଲେ ମଧ୍ୟ ସମସ୍ତ କର୍ମ, ସବୁ କର୍ମରେ ସଦା ଅକର୍ମ ।

ଅଳ୍ପ ଜାଣନ୍ତି ଏହାର ମର୍ମ, ବୁଝି ପାରିଲେ ସଦା ବିଶ୍ରାମ,
ସ୍ଥାପିତ ଅବା ନଷ୍ଟ ଚାହେନି, କବୀର ଇଚ୍ଛା କରେ ଏ ଧର୍ମ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir