Wq/or/କବିତା/ ସନ୍ଥ କବୀର/୭୫: ବେଦ କହୁଛି ସଗୁଣ ଠାରୁ

From Wikimedia Incubator
ସନ୍ଥ କବୀର > ୭୫: ବେଦ କହୁଛି ସଗୁଣ ଠାରୁ

ବେଦ କହୁଛି ସଗୁଣଠାରୁ [1][edit | edit source]

ବେଦ କହୁଛି ସଗୁଣଠାରୁ ନିର୍ଗୁଣ ଧାରା ରହେ ଆଗରେ,
ହେ ନାରୀ ତୋତେ ମିଳିବ କିସ ଆଗ ପଛର ଏହି ବାଦରେ ।

ତୁମର ଏହି ନିବାସ ସ୍ଥଳେ ଯାହା ବି ଅଛି ତାହା ତୁମର,
ସୁଖ ଦୁଃଖର କୁହୁଡି କେବେ ନ ଯାଇ ପାରେ ସେତିକି ଦୂର ।

ଏହି ସ୍ଥାନରେ ଦିବା ରାତ୍ରୀରେ ବ୍ରହ୍ମ ହୁଅନ୍ତି ସୁପ୍ରକାଶିତ,
ଆଲୋକ ଥାଏ ମଥା ଉପରେ ବସ୍ତ୍ର ଆସନ ଆଲୋକାୟିତ,
କବୀର କହେ, ଆଲୋକମୟ ପ୍ରଭୁ ମୋ ସତ୍ୟ, ସେ ତ ଅନନ୍ତ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir