Wq/or/କବିତା/ ସନ୍ଥ କବୀର/୭୪: ହୃଦୟ ମୋର ତୋ ଅଗୋଚର

From Wikimedia Incubator
ସନ୍ଥ କବୀର > ୭୪: ହୃଦୟ ମୋର ତୋ ଅଗୋଚର

ହୃଦୟ ମୋର ତୋ ଅଗୋଚର [1][edit | edit source]

ହୃଦୟ ମୋର ତୋ ଅଗୋଚର,
ଗୁପ୍ତ କଥା ଏ ପ୍ରେମ ଗ୍ରାମର ।

ଅଜ୍ଞତା ନେଇ ଆସିଥିଲୁ ତୁ,
ଅଜ୍ଞତା ନେଇ ଫେରିଯିବୁ ତୁ ।

ଜୀବନ ସହ ଖେଳ ଖେଳିଲୁ,
ସାଥୀ ମୋର ତୁ କ ଅଣ କଲୁ ! !।

ମୁଣ୍ଡ ଉପରେ ପଥର ଭଳି,
ଓଜନ ରଖି ଚାଲିଲୁ ଢଳି ।

କେବେ ବି ତୁହି ଭାବିଲୁ ନାହିଁ,
ଲଘୁ କରିବ କିଏ ତୋ ପାଇଁ ।

ଅନ୍ୟ କୂଳରେ ତୋ ସାଙ୍ଗ ଠିଆ,
କେବେ ଭେଟିବୁ ଭାବିନୁ କିଆଁ ।

ଡଙ୍ଗା ଭାଙ୍ଗିଛି ତଥାପି ତୁହି,
ସଦା କୂଳରେ ବସିଛୁ ରହି ।

ନ ଥାଇ କିଛି ସତ୍ କାରଣ,
ବସି ସହୁଛୁ ଢେଉ କମାଣ ।

କବୀର କହେ କର ବିଚାର,
ଶେଷ ମୁହୂର୍ତ୍ତେ କେ ସାଥୀ ତୋର ।

ଏକାକୀ ତୁହି, ନା ସାଥୀ କେହି,
ତୋ କର୍ମ ଫଳ ପାଇବୁ ତୁହି ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir