Wq/or/କବିତା/ ସନ୍ଥ କବୀର/୬୩: କାହିଁକି ଏତେ ଅଧୀର

From Wikimedia Incubator
ସନ୍ଥ କବୀର > ୬୩: କାହିଁକି ଏତେ ଅଧୀର

କାହିଁକି ଏତେ ଅଧୀର ମୋର [1][edit | edit source]

କାହିଁକି ହୃଦ ଅଧୀର ମୋର, କାହିଁକି ଏତେ ଅଧୀର,
ପଶୁ ପକ୍ଷୀ ଓ ପତଙ୍ଗଠାଏ ଅନୁଧ୍ୟାନ ବି ତାଙ୍କର ।

ମାତୃ ଗର୍ଭରେ ଯେବେ ତୁ ଥିଲେ, ସେ ନେଲେ ତୋହର ଯତ୍ନ,
ଆସିଲା ପରେ ସେହି ସ୍ଥାନରୁ ନେବେ ନାହିଁ କି ତୋ ଯତ୍ନ ।

ପ୍ରଭୁଙ୍କ ସ୍ମିତ ହାସ୍ୟଠୁ ଦୂର, କାହିଁକି ବୁଲୁ ଅଯଥା ?
ପ୍ରଭୁଙ୍କୁ ଛାଡି ଅନ୍ୟକୁ ଭଜୁ, ସବୁ କାର୍ଯ୍ୟ ତୋର ବୃଥା ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir