Wq/or/କବିତା/ ସନ୍ଥ କବୀର/୫୭: ଯେଉଁ ଶବ୍ଦରୁ ପୃଥ୍ଵୀ ଉତ୍ପନ୍ନ

From Wikimedia Incubator
ସନ୍ଥ କବୀର > ୫୭: ଯେଉଁ ଶବ୍ଦରୁ ପୃଥ୍ଵୀ ଉତ୍ପନ୍ନ

ଯେଉଁ ଶବ୍ଦରୁ ପୃଥ୍ଵୀ ଉତ୍ପନ୍ନ [1][edit | edit source]

ଯେଉଁ ଶବ୍ଦରୁ ପୃଥ୍ଵୀ ଉତ୍ପନ୍ନ, ଗ୍ରହଣ ତୁମେ ତାହାକୁ କର,
ସେ ଶବ୍ଦ ଗୁରୁ, ଜାଣିଛି ମୁହିଁ, ତେଣୁ ଶିଷ୍ୟତ୍ଵ ନେଲି ତାହାର ।

ଏମିତି କେତେ ଜଣ ଅଛନ୍ତି, ଜାଣି ନାହାନ୍ତି ଅର୍ଥ ତାହାର,
ହେ ସାଧୁ ତୁମେ ସେହି ଶବ୍ଦକୁ ସଦା ସର୍ବଦା ଭଜନ କର ।

ବେଦ ପୁରାଣ ଘୋଷଣା କରେ,
ସଂସାର ଅଛି ଏହା ଭିତରେ ।

ଋଷି ସନ୍ୟାସୀଙ୍କର ଭାଷ୍ୟ,
ଅଜଣା କିନ୍ତୁ ତାର ରହସ୍ୟ ।

ଗୃହସ୍ଥ ଶୁଣି ଘରୁ ବାହାରେ,
ଶୁଣି ଏହାକୁ ସନ୍ୟାସୀ ଫେରେ ।

ଛଅ ଦାର୍ଶନିକ ବୁଝାନ୍ତି ଅର୍ଥ,
ଶବ୍ଦ ବୁଝାଏ ତ୍ୟାଗ ନିଃସ୍ଵାର୍ଥ ।

ସାରା ସଂସାର ସୃଷ୍ଟ ଶବ୍ଦରୁ,
ପ୍ରକାଶ ହୁଏ ସେହି ଶବ୍ଦରୁ ।

କବୀର କହେ କିଏ ଜାଣିଛି ?
କେଉଁ ସ୍ଥାନରୁ ଶବ୍ଦ ଆସିଛି ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir