Wq/or/କବିତା/ ସନ୍ଥ କବୀର/୫୪: ଶୁଣି ନାହଁ କି ମଧୁର ଧୂନ
Appearance
ଶୁଣି ନାହଁ କି ମଧୁର ଧୂନ୍ [1]
[edit | edit source]ଶୁଣି ନାହଁ କି ମଧୁର ଧୂନ୍ ବାଜୁଛି ବିବା ବାଜାରେ,
ଘର ଭିତରେ ଆନନ୍ଦ ବିନ ବାଜେ ଧୀର ମିଠା ସ୍ଵରେ ,
ଏହି ମଧୁର ତାନ ନ ଶୁଣି ଯିବାକୁ ମନ କେ କରେ ?
ସ୍ଵର୍ଗୀୟ ପ୍ରେମ ମଧୁ ନ ଚାଖିଲେ ପାତକ ଯିବ କି ଧୋଇ,
କାଜି କୋରାଣ ଭିତରେ ଖୋଜେ ଅନ୍ୟକୁ ଶବ୍ଦ ବତେଇ,
ନିଜ ହୃଦୟ ପ୍ରେମେ ବୁଡିନି ରହିବ ଶିକ୍ଷକ ହୋଇ ।
ଯୋଗୀ ରଙ୍ଗାଏ ନିଜର ବସ୍ତ୍ର ନ ଜାଣି ପ୍ରେମର ରଙ୍ଗ,
ବସ୍ତ୍ର କେବଳ ରଙ୍ଗ କରିଲେ ନିଷ୍ଫଳ ହେବ ବିଭଙ୍ଗ ।
କବୀର କହେ ମନ୍ଦିର, ତମ୍ବୁ ଅବା ଅଗଣା ଭିତରେ,
ପ୍ରଭୁ ମୋହର ଧ୍ୟାନ ରଖନ୍ତି ଥିଲେ ବି ପୁଷ୍ପ ବାଗରେ ।