Wq/or/କବିତା/ ସନ୍ଥ କବୀର/୪୯: ଯାହା ଦିଶେ ସେ ଅବିଦ୍ୟମାନ

From Wikimedia Incubator
ସନ୍ଥ କବୀର > ୪୯: ଯାହା ଦିଶେ ସେ ଅବିଦ୍ୟମାନ

ଯାହା ଦିଶେ ସେ ଅବିଦ୍ୟମାନ [1][edit | edit source]

ଯାହା ଦିଶେ ସେ ଅବିଦ୍ୟମାନ,
ଅଛନ୍ତି, ଏହା ଅବ୍ୟକ୍ତମାନ ।

ପ୍ରତୀତ ନୁହେଁ ଦର୍ଶନ ବିନା,
ନ କହିଲେ କିଛି ବୁଝି ହୁଏନା ।

ବୁଦ୍ଵାନ ବୁଝେ ବିଦ୍ୟା ବଳରେ,
ସବୁ ଆଶ୍ଚର୍ଯ୍ୟ ମୂର୍ଖ ପକ୍ଷରେ ।

କେହି ପୂଜାକରେ ନିରାକାର,
ତ କେହି ପୂଜା କରେ ଆକାର ।

କେଉଁ ଭାବରେ ଅଲଗା ସିଏ,
ବୁଝିଲା ବାଲା ବୁଝିଛି ଯିଏ ।

ତା ଗୀତ ରାଗ ଲେଖି ନ ହୁଏ,
ମାତ୍ରାର ପ୍ରଶ୍ନ ଉଠାଏ କିଏ ।

କବୀର କହେ ଯେ ପଢା ଶୁଣା,
ବିଷୟ ଭାବ ତାହାଙ୍କୁ ଜଣା ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir