Wq/or/କବିତା/ ସନ୍ଥ କବୀର/୪୦: ବାର ବୁଲାକୁ ଯେ ଦିଏ ଘର

From Wikimedia Incubator
ସନ୍ଥ କବୀର > ୪୦: ବାର ବୁଲାକୁ ଯେ ଦିଏ ଘର

ବାର ବୁଲାକୁ ଯେ ଦିଏ ଘର [1][edit | edit source]

ବାର ବୁଲାକୁ ଯେ ଦିଏ ଘର, ସେ ଭଳି ଲୋକ ପ୍ରିୟ ମୋହର ।
ଗୃହ ହିଁ ଅଟେ ମିଳନ ସ୍ଥଳ, ଗୃହେ ଜୀବନ ଖୁସି ପ୍ରବଳ ।
ଗୃହ ତ୍ୟାଗ ମୁଁ କରି ଜଙ୍ଗଲ, କାହିଁକି ଯିବି ମୋ ଘର ଭଲ ।
ସତ୍ୟ ଓ ବ୍ରହ୍ମ ସାହାଜ୍ୟ ଭରେ, ବନ୍ଦୀ ଓ ମୁକ୍ତି ମିଳିବ ଘରେ ।
ବ୍ରହ୍ମ ସନ୍ଧାନେ ଯେ ଲମ୍ଫ ଦିଏ , ଅତୀବ ପ୍ରିୟ ସେ ମୋର ହୁଏ ।
ତାଙ୍କ ଧ୍ୟାନରେ ତନୁ ଓ ମନ, ଅତି ସହଜେ ହୁଏ ଉଚ୍ଛନ୍ନ ।
ବ୍ରହ୍ମ ଜ୍ଞାନ ଟି ଅଛି ଯାହାର, ସତ୍ୟ ପ୍ରତିଷ୍ଠ ହୁଏ ତାହାର ।
ମିଶେଇ ପାରେ ପ୍ରେମ ଓ ତ୍ୟାଗ, ତୋଳି ପାରେ ସେ ସ୍ଵର୍ଗୀୟ ରାଗ ।
ଗୃହ ହେଉଛି ଆବାସ ସ୍ଥଳ, ମିଳେ ସେଠାରେ ସତ୍ୟ ସକଳ ।
ଗୃହ କରିବ ସାହାଯ୍ୟ ତୋତେ, ସତ୍ ଅସତ ଜାଣିବୁ ଯେତେ ।
କବୀର କହେ ରହ ଗୃହରେ, ମିଳିବ ସବୁ ସମୟ କ୍ରମେ ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir