Wq/or/କବିତା/ ସନ୍ଥ କବୀର/୩୬: ହେ ମୋର ବନ୍ଧୁ ଉଠ ନିଦରୁ
Appearance
ହେ ମୋର ବନ୍ଧୁ ଉଠ ନିଦରୁ [1]
[edit | edit source](jâg piyârî, ab kân sowai)
ହେ ମୋର ବନ୍ଧୁ ଉଠ ନିଦରୁ, ବେଶି ଆଉ ଶୁଅ ନାହିଁ,
ରାତି ବିତିଲା, ହଜେଇ ଦେଲ, ଦିବସ ହରାଅ ନାହିଁ ।
ଯିଏ ଜାଗ୍ରତ ଥିଲେ ସେ ନେଲେ, ଦାମୀ ଅଳଙ୍କାରମାନ,
ନିର୍ବୋଧ ନାରୀ ହରେଇ ଦେଲୁ, ନିଦ୍ରାରେ ହୋଇ ମଗନ ।
ତୁମ ପ୍ରେମିକ କଲେ ଚାଲାକି, ତୁମେ ନାରୀ ଅବିବେକୀ,
ସଜେଇଲନି ବିଛଣା ତୁମ, ସ୍ଵାମୀ ତୁମ ଆସିବେକି ?
ବାଇଆ ହୋଇ କାଟିଲ ବେଳ, ଏଣୁ ତେଣୁ ଖେଳି ଖେଳ,
ଯୌବନ ତୁମ ବ୍ୟର୍ଥରେ ଗଲା, ସ୍ଵାମୀ ଚିହ୍ନି ନ ପାରିଲ ।
ହୁଅ ଜାଗ୍ରତ, ଦେଖ ବିଛଣା ରହିଛି କିପରି ଖାଲି,
ଜାଣିନ ତୁମେ, ରାତିରେ କେବେ ସ୍ଵାମୀ ଯାଇଛନ୍ତି ଚାଲି ।
କବୀର କହେ ସେହି କେବଳ ଉଠିବାକୁ କ୍ଷମ ହୁଏ,
ଯାହା ହୃଦୟ ତାଙ୍କ ସଂଗୀର ତୀରରେ ଜଖମ ହୁଏ ।