Wq/or/କବିତା/ ସନ୍ଥ କବୀର/୩୫: ଆସ ସଂସାରକୁ ମୋର

From Wikimedia Incubator
ସନ୍ଥ କବୀର > ୩୫: ଆସ ସଂସାରକୁ ମୋର

ଆସ ସଂସାରକୁ ମୋର [1][edit | edit source]

(vâlam, âwo hamâre geh re)

ତୁମ ବିରହେ ମନ ଶରୀର ପ୍ରେମରେ ମୋର ଆତୁର,
ହେ ମୋର ପ୍ରିୟ ଦୟା କର ତୁ, ଆସ ସଂସାରକୁ ମୋର ।

ଲୋକେ କହନ୍ତି ମୁଁ ତୁମ କନ୍ୟା, ଶୁଣି ମୁଁ ହୁଏ ଲଜ୍ଜିତ,
ଯେଣୁ ମୋ ହୃଦ ସ୍ପର୍ଷ କରିନି ତୁମ ହୃଦ ଏ ଯାବତ ।

କି ପ୍ରକାର ଏ ପ୍ରେମ ହୃଦୟ ସଦା ସର୍ବଦା ଅସ୍ଥିର,
ଲଗୁନି ନିଦ, ରୁଚୁନି ଖାଦ୍ୟ ଗୃହ ଅଥବା ହାହାର ।

ତୃଷାର୍ତ୍ତ ପାଇଁ ଜଳ ଯେପରି, କନ୍ୟାକୁ ସେପରି ବର,
ଖବର କିଏ ନେବ, କବୀର ତାଙ୍କ ଦର୍ଶନେ ଅଧୀର ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir