Wq/or/କବିତା/ ସନ୍ଥ କବୀର/୩୪: ତୁମର ମୋର ପ୍ରେମ କଟିବ କିପରି ସମ୍ଭବ ଏହା
Appearance
ତୁମର ମୋର ପ୍ରେମ କଟିବ, କିପରି ସମ୍ଭବ ଏହା [1]
[edit | edit source]ପଦ୍ମ ପୁଷ୍ପର ପତ୍ର ଯେପରି ଜଳ ଉପରେ ସଂସ୍ଥିତ,
ମୁଁ ତୁମ ଭୃତ୍ୟ, ତୁମେ ମୋ ପ୍ରଭୁ, ତୁମ ସାଥିରେ ବିନ୍ୟସ୍ତ ।
ଚକୋର ପକ୍ଷୀ ସମ୍ପୁର୍ଣ୍ଣ ରାତି,ଚାହିଁ ଥାଏ ଚନ୍ଦ୍ର ଦିଗେ,
ମୁଁ ତୁମ ଭୃତ୍ୟ, ତୁମେ ମୋ ପ୍ରଭୁ, ଚାହିଁ ଅଛି ତୁମ ଦେଗେ ।
ତୁମ ଆମର ପ୍ରେମ ଅମର, ରହିଛି ଅନନ୍ତ କାଳ,
କୁହ କିପରି ଲିଭିବ ଏହି ଆମର ପ୍ରେମ ଅନଳ ।
କବୀର କହେ ନଦୀ ଯେପରି ପ୍ରବେଶ କରେ ସାଗର,
ସେହିପରି ମୋ ହୃଦେ ପ୍ରବେଶ କରେ ହୃଦୟ ତୁମର ।