Wq/or/କବିତା/ ସନ୍ଥ କବୀର/୨୫: ନିଜକୁ ନିଜେ ହରି ଲୁଚାନ୍ତି

From Wikimedia Incubator
ସନ୍ଥ କବୀର > ୨୫: ନିଜକୁ ନିଜେ ହରି ଲୁଚାନ୍ତି

ନିଜକୁ ନିଜେ ହରି ଲୁଚାନ୍ତି [1][edit | edit source]

(Hari ne apnâ âp chipâyâ)

ନିଜକୁ ନିଜେ ହରି ଲୁଚାନ୍ତି,
ଆଶ୍ଚର୍ଯ୍ୟ ଭାବେ ବି ଦେଖା ଦିଅନ୍ତି ।

ତାଙ୍କ ଦୟାରୁ ମୁଁ ସୀମା ବିହୀନ,
ମୋ ଆବରଣ ଅତି କଠିନ ।

ପ୍ରଭୁ ଆଣନ୍ତି ଦୁଃଖ ଆନନ୍ଦ,
ସେହି ମିଟାନ୍ତି ତାଙ୍କ ବିବାଦ ।

ସମର୍ପି ଦେବି ତନୁ ଓ ମନ,
କରି ଦେବି ମୁଁ ଜୀବନ ଦାନ ।

ଜୀବ ପାରିବି ଉତ୍ସର୍ଗ କରି,
ଭୁଲିବି ନାହିଁ କେବେ ଶ୍ରୀହରି ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir