Wq/or/କବିତା/ ସନ୍ଥ କବୀର/୨୨: ମୋ ପ୍ରାଣ ଖୋଜେ ପ୍ରକୃତ ଗୁରୁ

From Wikimedia Incubator
ସନ୍ଥ କବୀର > ୨୨: ମୋ ପ୍ରାଣ ଖୋଜେ ପ୍ରକୃତ ଗୁରୁ

ମୋ ପ୍ରାଣ ଖୋଜେ ପ୍ରକୃତ ଗୁରୁ [1][edit | edit source]

ମୋ ପ୍ରାଣ ଖୋଜେ ଗୁରୁ ପ୍ରକୃତ,
ଯେ ଭରେ ପ୍ରେମ ପିଆଲା ସତ ।

ସେ ପିଆଲାରୁ ନିଜେ ପିଅନ୍ତି,
ସ୍ନେହ ଦେଇ ସେ ମୋତେ ଯାଚନ୍ତି ।

ଚକ୍ଷୁରୁ ପର୍ଦା ହଟେଇ ଦେଇ,
ଦିଅନ୍ତି ବ୍ରହ୍ମ ଦୃଷ୍ଟି ଦେଖେଇ ।

ସାରା ସଂସାର ନିଜ ଭିତରେ,
ପ୍ରକାଶ କରି ଦେଖାନ୍ତି ମୋତେ ।

ଚାରି ଦିଗ ହୁଏ ସଙ୍ଗୀତମୟୀ,
କୌଣସି ବାଦ୍ୟ ବାଜୁ ନଥାଇ ।

ସୁଖ ଓ ଦୁଃଖ ପ୍ରକୃତ ଏକ,
ତାଙ୍କ କଥା ହିଁ ପ୍ରେମ ପ୍ରତୀକ ।

କବୀର କହେ ଏପରି ଗୁରୁ,
ନାହିଁ ତାଙ୍କର ଡର ଯମାରୁ ।

ବାଟ କଢେଇ କରନ୍ତି ରକ୍ଷା,
ଯେଉଁ ସ୍ଥାନରେ ଅଛି ସୁରକ୍ଷା ।

ଆଧାର[edit | edit source]

  1. http://en.wikisource.org/wiki/One_Hundred_Poems_by_Kabir