Jump to content

Wq/or/କବିତା/ ସନ୍ଥ କବୀର/୧୭: ସୂର୍ଯ୍ୟ ଚନ୍ଦ୍ର ଓ ତାରା ଆଲୋକ

From Wikimedia Incubator
ସନ୍ଥ କବୀର > ୧୭: ସୂର୍ଯ୍ୟ ଚନ୍ଦ୍ର ଓ ତାରା ଆଲୋକ

ସୂର୍ଯ୍ୟ ଚନ୍ଦ୍ର ଓ ତାରା ଆଲୋକ [1]

[edit | edit source]

ସୂର୍ଯ୍ୟ ଚନ୍ଦ୍ର ଓ ତାରା ଆଲୋକ, ବାଣ୍ଟି ଚାଲନ୍ତି ନିର୍ମଳ ଜ୍ୟୋତି,
ହୁଏ ବିସ୍ତାର ପ୍ରେମର ଗୀତି, ରାଗ ହରାଏ ସମୟ ଗତି ।

ସମୁହ ବାଦ୍ୟ ଦିବା ନିଶୀଥ, ଝଙ୍କୃତ କରେ ଆକାଶ ପଥ,
କହେ କବୀର, ପ୍ରଭୁ ମୋହର ସୌଦାମିନୀଠୁ ଉଜ୍ଜ୍ଵଳତର ।

ତୁମେ କି ଜାଣ, ସମୟ କରେ ପୂଜା କିପରି ନିରଳସରେ,
ଧାଡିକି ଧାଡି ତାରା ପ୍ରଦୀପ ଜାଳି ବନ୍ଦନା ପ୍ରକୃତି କରେ ।

ଅଦୃଶ୍ୟ ଘଣ୍ଟି ବାଜେ ଅନନ୍ତ, ଗୁପ୍ତ ଚାନ୍ଦୁଆ ଓ ବିଜ୍ଞାପନ,
କବୀର, ଚାଲେ ପୂଜା ଅନନ୍ତ, ସିଂହାସନେ ପ୍ରଭୁ ବିରାଜମାନ।


ସମସ୍ତ ଜୀବ କର୍ମ କରନ୍ତି, କର୍ମ ସାଥେ ବି ଦୋଷ କରନ୍ତି,
ତାଙ୍କ ମଧ୍ୟରୁ ଅଳ୍ପ ଅଛନ୍ତି ସେମାନେ କେବଳ ପ୍ରଭୁ ଚିହ୍ନନ୍ତି ।

ଭକ୍ତି, ନିବୃତ୍ତି ମନରେ ମିଶେ, ଯେମିତି ଗଙ୍ଗା ଜମୁନା ନୀର,
ଦୁଇ ସ୍ରୋତ ମିଶେ ହୃଦେ ଯାହାର, ସେହି ହିଁ ଅଟେ ଭକ୍ତ ପ୍ରବର ।

ହୃଦୟ ମଧ୍ୟେ ପବିତ୍ର ନୀର, ହୁଏ ପ୍ରବାହ ସେ ନିରନ୍ତର,
ଜନ୍ମ ମରଣ ଜୀବନ ଚକ୍ର, ହୁଏ ସମାପ୍ତଏହି ପ୍ରକାର ।

ଦେଖ ପ୍ରଭୁଙ୍କ ଯୋଗ ସୁନିଦ୍ରା, ଖୋଜିଲେ ତାଙ୍କୁ ଖୁସି ହୁଅନ୍ତି,
ପ୍ରେମର ରଜ୍ଜୁ ଦୋଳି ଟାଣୁଛି, ସେ ଦୋଳି ସୁଖ ସାଗର ଭାନ୍ତି ।

ଝୁଲୁଛି ତାହା ଆଗ ପଛକୁ, ଛୁଟେ ମଧୁର ଗୀତାସରନ୍ତି,
ବିନା ଜଳସ୍ଥ ପଦ୍ମର ମଧୁ, କବୀର ହୃଦ ପାନ କରନ୍ତି ।

କିଛି ପବିତ୍ର ଆତ୍ମା ସୁଖଦ, ସଙ୍ଗୀତମୟ ହୃଦ ଆନନ୍ଦ,
ପ୍ରେମର ରଜ୍ଜୁ ସୁଖ-ବାରିଧି ଦୋଳି ଟାଣି ହୁଏ ସଂଗୀତ ଛନ୍ଦ ।

କେଡେ ଆଶ୍ଚର୍ଯ୍ୟ ସେହି ପଙ୍କଜ!!!! !!,ସଂସାର ଚକ୍ର ମଧ୍ୟେ ପୁଷ୍ପିତ,
ଅଳ୍ପ କେତେକ ଲୋକ ପବିତ୍ର, ଜାଣନ୍ତି ଏହା କେତେ ସୁଖଦ ।

ଚୌଦିଗେ ମଧୁ ଗୀତ ବାରିଧି, ତା ମଧ୍ୟେ ଆନନ୍ଦିତ ହୃଦୟ,
ଲମ୍ଫ ଦେଲେ ସେ ମଧୁ ସାଗରେ, ସକଳ ଦୋଷ, ମୃତ୍ୟୁ ବିଦାୟ ।

ପଞ୍ଚ ଇନ୍ଦ୍ରିୟ ତୃଷ୍ଣା ମୋଚନ, ତିନି ପ୍ରକାର ଦୁଃଖ ବାହାର,
ଏହା ହେଉଛି ଖେଳ ପ୍ରଭୁର, ଦର୍ଶନ କର, କହେ କବୀର ।

ହୃଦ କନ୍ଦରେ ଆଖି ପକାଅ, ଦେଖ ପ୍ରଭୁଙ୍କ ଚନ୍ଦ୍ର କିରଣ,
ପଡିଲେ ଥରେ ତୋ ଅଭ୍ୟନ୍ତରେ, ଜୀବନ ମୃତ୍ୟୁ ତାଳ ହରଣ ।

ଖୁସି ଫୁଆରା ଖେଳି ଉଠୁଛି, ସାରା ଆକାଶ ଆଲୋକାୟିତ,
ତିନି ଭୁବନ ସଂଗୀତମୟ, ବାଦ୍ୟର ଉତ୍ସ ଲୁକ୍କାୟିତ ।

ଅସଂଖ୍ୟ ସୂର୍ଯ୍ୟ ଚନ୍ଦ୍ର ପ୍ରଦୀପ ସମ ଜଳୁଛି କି ମନୋରମ,
ଢୋଲ ବାଜୁଛି ସବୁ ସମୟ ପ୍ରେମୀ ଝୁଲନ୍ତି ଦୋଳାନୁପମ ।

ଅସରା ଅସରା ଆଲୋକ ବର୍ଷା, ପ୍ରେମ ସଙ୍ଗୀତ ପ୍ରତିଧ୍ଵନିତ,
ସ୍ଵର୍ଗୀୟ ମଧୁ ଚାଖି ହୁଅନ୍ତି, ଯେମିତି ଭକ୍ତ ସାଧନାରତ ।

ଜନ୍ମ ମରଣ ସବୁ ସମାନ, ନାହିଁ କୌଣସି ପାର୍ଥକ୍ୟମାନ,
ଯେମିତି ହସ୍ତ ବାମ ଡାହାଣ , କର୍ଯ୍ୟ ନିମନ୍ତେ ସବୁ ସମାନ ।

କବୀର, କହେ ଅସୀମ ଜ୍ଞାନୀ, ସେହି ସ୍ଥାନରେ ହୁଅନ୍ତି ତୁନୀ,
କାରଣ ବେଦ ପୁସ୍ତକ ମଧ୍ୟେ ଏପରି ସତ୍ୟ କେବେ ମିଳେନି ।

ପାଇଅଛି ମୁଁ ମୋର ଆସନ, ମହା ଶୂନ୍ୟରେ ମୋ ଅବସ୍ଥାନ,
ଯେଉଁ ପିଆଲା କରିଛି ପାନ, କରି ହୁଏନି ତାହ ବର୍ଣ୍ଣନ ।

ଗୂଢ ରହସ୍ୟ ଚାବି ପାଇଛି, ମିଳନ ମୂଳେ ପହଞ୍ଚି ଅଛି,
ଅମଡା ବାଟେ ଚାଲି ଆସିଛି,ଅଶୋକ ରାଜ୍ୟେ ପହଞ୍ଚିଅଛି ।

ଅତି ସହଜେ ମହାପ୍ରଭୁର, ଦୟାର ଲାଭ ହୋଇଛି ମୋର,
ତାଙ୍କ ନିମିତ୍ତ ଗାଇଛି ଗୀତ, ସେହି ଅନନ୍ତ ସେ ଅପ୍ରମିତ ।

କିନ୍ତୁ ମୁଁ ତାଙ୍କୁ ଯୋଗ ବଳରେ, ଦେଖି ପାରିଛି ଚକ୍ଷୁ ବିହିନ,
ଅଛି ସେ ସ୍ଥାନ ଦୁଃଖ ବିହୀନ, ଅଜଣା ଆଉ ପଥ ବିହୀନ ।

ସେହି ରାସ୍ତାରେ ଯେ ଯାଇ ପାରେ, ସକଳ ଦୁଃଖ ନିଶ୍ଚୟ ହରେ,
ସେ ସ୍ଥାନେ ନାହିଁ କୌଣସି କର୍ମ, ତାକୁ ଜିଣେନି କୌଣସି ଧର୍ମ ।

ତାକୁ ଦେଖନ୍ତି ଜ୍ଞାନୀ ପଣ୍ଡିତ, ଗାନ କରନ୍ତି ତାହାର ଗୀତ,
ତାହା ହିଁ ଅଟେ ଶେଷ ଶବଦ, ପ୍ରକାଶ ନାସ୍ତି ତାହାର ସ୍ଵାଦ ।

ଚାଖିଛି ଥରେ ଯିଏ ତା ସ୍ଵାଦ, ଜାଣିଛି ସେହି ତାର ଆନନ୍ଦ,
କବୀର କହେ ତାହା ଜାଣିଲେ, ମୂର୍ଖ ହୁଅଇ ପଣ୍ଡିତ ଭଲେ ।

ଜ୍ଞାନୀ ନୀରବ ନିର୍ବାକ ଭାବ, ପୁଜକର ହୁଏ ମଦିରା ଭାବ,
ପାଣ୍ଡିତ୍ୟ ଏବଂ ନିର୍ଲିପ୍ତ ଭାବ, ସମ୍ପୁର୍ଣ୍ଣ ଭାବେ ହୁଏ ସମ୍ଭବ ।
ଶ୍ଵାସ ପ୍ରଶ୍ଵାସ ପ୍ରେମ ପିଆଲା, ପାନ କରିଣ ସେ ମତୁଆଲା ।

ତାର ନାହିଁ କି ଅଙ୍ଗୁଠି ନାହିଁ, ସୁର ତରଙ୍ଗ ଆସୁଛି କାହିଁ,
ଆକାଶ ସାରା ବ୍ୟାପିଛି ସାରା ବ୍ୟାପିଛି ସ୍ଵର, କେଡେ ସୁମିଷ୍ଟ ମଧୁ ଝଙ୍କାର ।
ସୁଖ ଯନ୍ତ୍ରଣା ଖେଳ ଯେତେକ, କେବେ ହେଲେ ହେଁ ସେଠି ନ ସରେ ।
କବୀର କହେ ତୋ ପ୍ରାଣ ନୀର, ଯଦି ମିଶିବ ପ୍ରଭୁ ସାଗର ।
ଅନନ୍ତ କୃପା ଥାଏ ଯେ ରାଜ୍ୟେ, ସେହି ରାଜ୍ୟ ତୁ ପାଇବୁ ନିଜେ ।
ପ୍ରତି ଘଡିରେ କି ହର୍ଷୋନ୍ମାଦ, ପୂଜକ ପିଇ ସମୟ ସ୍ଵାଦ ।
ବ୍ରହ୍ମ ଜୀବନ ବିତାଏ ସେହି ।
କହୁଛି ସତ, ଚାଲୁଅଛି ମୁଁ ସତ୍ୟ ପଥରେ ତ୍ୟାଗ କରିଛି,
ବହୁ ଦୁର୍ମୁଲ୍ୟ ବହୁ ପଦାର୍ଥ ।
କବୀର କହେ ଏହି ପ୍ରକାର, ପୂଜକ ପାଏ ଡରରୁ ମୁକ୍ତି,
ଜନ୍ମ ମରଣ କରନ୍ତି ତ୍ୟାଗ ।

ସାରା ଆକାଶ ଭରା ସଙ୍ଗୀତ,
ମଧୁ ବର୍ଷଣ ହୁଏ ସତତ ।
ଏକ ତାରାର ତାର ଝଙ୍କାର,
ଢୋଲ ବାଜେ ତା ସାଥେ ତତ୍ପର ।
ଗୁପ୍ତ ବିଭବ ନଭ ପ୍ରାସାଦ,
ନାହିଁ ସୂର୍ଯ୍ୟର ଉଦୟ ଅସ୍ତ ।
ପ୍ରେମାଲୋକରେ ଦିବସ ରାତ୍ରୀ,
ଆକାର ସାଥେ ହୁଏ ଏକତ୍ରୀ ।
ଦୁଃଖ ଶୋକର ନାହିଁ ଅସ୍ତିତ୍ଵ,
ନାହିଁ ସଂଘର୍ଷ, ସଦା ଆନନ୍ଦ ।
ଭ୍ରାନ୍ତି ନିମନ୍ତେ ସ୍ଥାନ ହିଁ ନାହିଁ,
କବୀର ଦେଖେ ଏକାଶୀର୍ବାଦ ।

ସଂସାର ଖେଳ ନିଜ ଶରୀରେ,
ଚାଲିଛି ଯାହା ମୋତେ ଜଣାରେ ।
ଭବ ଭ୍ରାନ୍ତିରୁ ପାଇଛି ତ୍ରାହି,
ଆକାଶ ସମ ଅନ୍ତ ଓ ବହିଃ ।
ସୀମା ଅସୀମ ଦୁହେଁ ଏକତ୍ର,
ଦେଖି ଏ ଦୃଶ୍ୟ ମୁଁ ନିଶାସକ୍ତ ।
ତୁମ ଜ୍ଜ୍ୟୋତିରେ ଧରା ପୂରିତ,
ଜ୍ଞାନ ଦୀପରେ ପ୍ରେମ ଜ୍ଵଳନ୍ତ ।
କବୀର କହେ ଭ୍ରମ ପ୍ରବେଶ,
ସେହି ସ୍ଥାନରେ ନୁହେଁ ସଂଭବ ।
ଜୀବନ ମୃତ୍ୟୁ ଦ୍ଵୟର ଦ୍ଵନ୍ଦ,
ହୁଏନି ସେଠି ସେ ଅନୁଭବ ।

ଆଧାର

[edit | edit source]
  1. http://en.wikisource.org/wiki/One_Hundred_Poems_by_Kabir