Jump to content

Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ସାଥୀ ସବୁ କିଛି ସହିବାକୁ ହେବ

From Wikimedia Incubator
Wq > or > କବିତା > ହରିବଂଶ ରାଏ ବଚ୍ଚନ > କବିତା: ସାଥୀ ସବୁ କିଛି ସହିବାକୁ ହେବ

ସାଥୀ ସବୁ କିଛି ସହିବାକୁ ହେବ [1]

[edit | edit source]

ମାନବ ଉପରେ ଜଗତ ଶାସନ,
ଜଗତ ଉପରେ ସଂସ୍କୃତି ବନ୍ଧନ,
ସଂସ୍କୃତିକୁ ମଧ୍ୟ ବନ୍ଧନ ମଧ୍ୟେ ଆଉ କାହାର ରହିବାକୁ ହେବ,
ସାଥୀ ସବୁ କିଛି ସହିବାକୁ ହେବ

ଜଗତ ମଥାରେ ଆମେ ବା କଅଣ,
ସଂସ୍କୃତି ସାଗରେ ଜଗତ କଅଣ,
ପ୍ରବଳ ଧାରାରେ କୁଟା ସମାନ ଆମକୁ ବହି ଯିବାକୁ ହେବ,
ସାଥୀ ସବୁ କିଛି ସହିବାକୁ ହେବ

ଆସ ଆମର ଲଘୁତା ଜାଣିବା,
ଆମର ନିର୍ବଳତା ଜାଣିବା,
ଜଗତ ଯେମିତି ରହି ଆସିଛି ସେମିତି ରହିବାକୁ ପଡିବ,
ସାଥୀ ସବୁ କିଛି ସହିବାକୁ ହେବ

ଆଧାର

[edit | edit source]
  1. http://hindipoetry.wordpress.com/2005/11/06/saathi-sab-kuchh-sahna-hoga/