Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ସାଥୀ ସଞ୍ଜ ଏବେ ଆସିଲା ହେଇ

From Wikimedia Incubator
ହରିବଂଶ ରାଏ ବଚ୍ଚନ > କବିତା: ସାଥୀ ସଞ୍ଜ ଏବେ ଆସିଲା ହେଇ

ସାଥୀ ସଞ୍ଜ ଏବେ ଆସିଲା ହେଇ [1][edit | edit source]

ବିଛେଇ ଥିଲେ ଯେ ସାରା ଗଗନେ
ବିସ୍ତୃତ ଧରାର ପ୍ରତି କଣାରେ
ସେହି କିରଣକୁ ଅସ୍ତାଚଳରେ ଏକତ୍ର କଲେ ସୂର୍ଯ୍ୟ ପହଞ୍ଚି
ସାଥୀ ସଞ୍ଜ ଏବେ ଆସିଲା ହେଇ ।

ଖେଳୁଥିଲା ସେ ଧୂଳି କଣାରେ
ସଂଲଗ୍ନ ଘର ବୃକ୍ଷ ଚରଣେ
ସେ ଛାୟା ଦେଖ ଯାଉଛି ଚାଲି, ପୂର୍ବରେ ନିଜକୁ ଦେବ ହଜେଇ
ସାଥୀ ସଞ୍ଜ ଏବେ ଆସିଲା ହେଇ ।

ମାଟିରେ ତାକୁ ଥିଲା ବନେଇ
ଫୁଲରେ ତାକୁ ଥିଲା ସଜେଇ
ଖେଳ କୁଦ ସବୁ ରାସ୍ତାରେ ଛାଡ଼ି, ଚାଲି ଗଲେ ପିଲେ ଶୋଇ ।
ସାଥୀ ସଞ୍ଜ ଏବେ ଆସିଲା ହେଇ ।

ଆଧାର[edit | edit source]

  1. https://web.archive.org/web/20121120202624/http://geeta-kavita.com/hindi_sahitya.asp?id=94