Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ଯିଏ ବିତିଲା ତା କଥା ସରିଲା

From Wikimedia Incubator
ହରିବଂଶ ରାଏ ବଚ୍ଚନ > କବିତା: ଯିଏ ବିତିଲା ତା କଥା ସରିଲା

ଯିଏ ବିତିଲା, ତା କଥା ସରିଲା [1][edit | edit source]

(ଯୋ ବିତ ଗୟି ସୋ ବାତ ଗୟି)
ଜୀବନରେ ଏକ ତାରକା ଥିଲା,
ମାନୁଛି ସେ ଗେଲ ବସର ଥିଲା,
ବୁଡି ଗଲା ସେ ତ ବୁଡି ଗଲା,
ଆକାଶର ଅଗଣାକୁ ଦେଖ,
କେତେ ଯେ ଏହାର ତାରା ଖସିଲେ,
କେତେ ଯେ ଗେଲବସର ଗଲେ,
ଚାଲିଗଲେ ଯିଏ କାହୁଁ ମିଳିଲେ,
କିନ୍ତୁ ସେହି ଭଙ୍ଗା ତାରକା ପ୍ରତି,
କହ ଆକାଶ କି ଦୁଃଖ କରିଲା?
ଯିଏ ବିତିଲା, ତା କଥା ସରିଲା ।

ଜୀବନେ ସେ ଏକ କୁସୁମ ଥିଲା,
ନିତି ପ୍ରତି ତାକୁ ଆଶ୍ରୟ ଦେଲ,
ଶୁଖିଗଲା ସେ ତ ଶୁଖିଗଲା,
ମଧୁବନର ଛାତିକୁ ଦେଖ,
ଶୁଖିଗଲା କେତେ କଳି ଏହାର,
ଝାଉଁଳିଲା କେତେ ଲତା କୁଞ୍ଜର,
ଝାଉଁଳିଲା ଯିଏ କାହୁଁ ଖେଳିଲା,
କହ କେବେ ଶୁଷ୍କ ପୁଷ୍ପ ବିହୁନେ,
ମଧୁବନ କେବେ ବିକ୍ଷୋଭ କଲା?
ଯିଏ ବିତିଲା, ତା କଥା ସରିଲା ।

ଜୀବନେ ସେ ମଧୁ ପିଆଲା ଥିଲା,
ଭାଙ୍ଗିଗଲା ସେ ତ ଭାଙ୍ଗିଗଲା,
ମଦିରା ଗୃହର ଅଗଣା ଦେଖ,
ଦୋହଲୁଛି ସେଠି କେତେ ପିଆଲା,
ପଡିଯାଇ ମାଟି ସାଥେ ମିଶିଲା,
ପଡିଲା ଚିଜ କି କେବେ ଉଠିଲା ?
କୁହ ଭାଙ୍ଗିଥିବା ପିଆଲା କଥା,
ମଦ ଗୃହର କି ମନେ ପଡିଲା,
ଯିଏ ବିତିଲା, ତା କଥା ସରିଲା ।

ହାଲୁକା ମାଟିରେ ତିଆରି ଯିଏ,
ମଧୁ ପାତ୍ର ସେ ତ ଭାଙ୍ଗି ହି ଯାଏ,
ଲଘୁ ଜୀବନ ଆଣି ଆସିଲେ,
ସମସ୍ତ ପିଆଲା ଭାଙ୍ଗି ହି ଯାଏ,
ତଥାପି ମଦିରାଳୟ ଭିତରେ,
ମଦିରା ପାତ୍ର ପିଆଲା ରହେ,
ଯିଏ ମାଦକ ଆତୁର ଥାଆନ୍ତି,
ସେହିମାନେ ମଦ ଲୁଟି ନିଅନ୍ତି,
ସିଏ ଥିଲା କଚ୍ଚା ପିଇଲା ବାଲା,
ପିଆଲା ପାତ୍ରର ମମତା ଥିଲା,
ମଦ ଦ୍ଵାରା ଯିଏ ଜଳିଲା ବାଲା,
କେବେ କାନ୍ଦିଲା ବା ଚିତ୍କାର କଲା?
ଯିଏ ବିତିଲା, ତା କଥା ସରିଲା ।

ଆଧାର[edit | edit source]

  1. https://web.archive.org/web/20200510134022/http://www.geeta-kavita.com/indian_poetry_list.asp?author=Harivansh_Rai_Bachchan