Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ନଦୀ ସେ ପାରି ଗାଉଛି କେହି

From Wikimedia Incubator
ହରିବଂଶ ରାଏ ବଚ୍ଚନ > କବିତା: ନଦୀ ସେ ପାରି ଗାଉଛି କେହି

ନଦୀ ସେ ପାରି ଗାଉଛି କେହି [1][edit | edit source]

ଭଙ୍ଗ ନିରବତା ନିଶାର କରି,
ଆସୁଛି ଗାଉଁଲି ସ୍ଵର ବଲ୍ଲରି,
କାକୁଡି ଖେତରୁ ଆସୁଛି ଉଠି, ଜମୁନା ଉପରେ ଲହରୀ ହୋଇ,
ନଦୀ ସେ ପାରି ଗାଉଛି କେହି ।

ନିକଟରେ ଭାଇ ବନ୍ଧୁ ବି ଥିବେ,
ଏହା ନିଶ୍ଚୟ ସେ ଭାବୁଥିବେ,
ତାଙ୍କ ସ୍ଵରରେ ବିମୁଗ୍ଧ ହୋଇ, ଏହି ତଟରେ ବସିଛି କେହି,
ନଦୀ ସେ ପାରି ଗାଉଛି କେହି ।

ଜାଣେନି କାହିଁକି ହେଉଛି ମନ,
ଶୁଣି କରି ଏହି ଏକକ ତାନ,
ସର୍ବଦା ଏହା ମୁଁ ଶୁଣୁଥିବି, ସର୍ବଦା ରହୁ ଥିବେ ସେ ଗାଇ,
ନଦୀ ସେ ପାରି ଗାଉଛି କେହି ।

ଆଧାର[edit | edit source]

  1. https://web.archive.org/web/20200510134022/http://www.geeta-kavita.com/indian_poetry_list.asp?author=Harivansh_Rai_Bachchan