Jump to content

Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ଦୁଇଟି ଚକ୍ଷୁ ମୋ ନିମନ୍ତେ ପ୍ରତୀକ୍ଷମାଣ

From Wikimedia Incubator
Wq > or > କବିତା > ହରିବଂଶ ରାଏ ବଚ୍ଚନ > କବିତା: ଦୁଇଟି ଚକ୍ଷୁ ମୋ ନିମନ୍ତେ ପ୍ରତୀକ୍ଷମାଣ

ଦୁଇଟି ଚକ୍ଷୁ ମୋ ନିମନ୍ତେ ପ୍ରତୀକ୍ଷମାଣ [1]

[edit | edit source]

ଜୀବନ ରାସ୍ତା ଆହ୍ଵାନ କରେ ପ୍ରତି ପଦରେ,
ଦୃଷ୍ଟି ଗୋଚର ହେଉନି ଲକ୍ଷ ପଥ ଶେଷରେ,
ଧୁଳି ଧୁସର ସ୍ଵେଦ ସିଞ୍ଚିତ ଦେହର ଭାର,
କେଉଁ ବିଶ୍ଵାସେ ଟାଣି ନେଉଛି ମୁଁ ନିରନ୍ତର ?

ପଥ କଅଣ, ପଥ ଚାଲିର କ୍ଳାନ୍ତି କଅଣ,
କି ସ୍ଵେଦ କଣ, (କଣ - ଟୋପା) ,
ଦୁଇଟି ଚକ୍ଷୁ ମୋ ନିମନ୍ତେ ପ୍ରତୀକ୍ଷମାଣ ।

ଏକ ବି ଆଶା ସନ୍ଦେଶ ତାରା ଦେଉ ନାହାନ୍ତି,
ମଙ୍ଗଳ ଚିହ୍ନ ପ୍ରକୃତି ପଥେ ସଜାଉ ନାହିଁ,
କେବେ ଶୁଣିଲି ଉତ୍ସାହ ଭରା ଶବ୍ଦ ବିଶ୍ୱରେ,
କିନ୍ତୁ ଚାଲିଛି ଲକ୍ଷ ପଥରେ କାହା ସାହାରେ

ବିଶ୍ୱର ଅବହେଳାଟି କଅଣ, ଅଶୁଭ ଚିହ୍ନ କଅଣ,
ଦୁଇଟି ଚକ୍ଷୁ ମୋ ନିମନ୍ତେ ପ୍ରତୀକ୍ଷମାଣ ।

ଚାଲିଛି କିନ୍ତୁ ଲକ୍ଷ ପହଞ୍ଚିବା ଅନିଶ୍ଚିତ,
କର୍ମ କରି ବି ଫଳରୁ ଯଦି ଏ ରାସ୍ତା ବଞ୍ଚିତ,
ବିଶ୍ୱ ତ ହସି କହିବ ଖୁବ ଭୋଳା ଭଟକା,
ଦି ପଂକ୍ତି ଗାଇ ରଖିବ କିନ୍ତୁ ଧୈର୍ଯ୍ୟ ସଞ୍ଚିତ ।

ବ୍ୟର୍ଥ ଜୀବନ, ବ୍ୟର୍ଥ ଜୀବନ
ର ଆସକ୍ତି କଅଣ,
ଦୁଇଟି ଚକ୍ଷୁ ମୋ ନିମନ୍ତେ ପ୍ରତୀକ୍ଷମାଣ ।

ସେ ପାରି ଭୟ ଏବେ ବି ମୋତେ ଡରାଉ ନାହିଁ ,
ସେ ପାରି ଲୋକ ସହ ସମ୍ପର୍କ ଯାଇଛି ଲାଗି,
ପାରିନି ତାକୁ ଭୁଲି ମୁଁ, ସିଏ ମୋତେ ଭୁଲିନି,
ଗୁଣୁଗୁଣେଇ ମୃତ୍ୟୁ ପଥରେ ମୁଁ ଚାଲି ଯିବି-

ଅନ୍ତ ଯୌବନ, ଅନ୍ତ ଜୀବନ
ର ମରଣ କଅଣ
ଦୁଇଟି ଚକ୍ଷୁ ମୋ ନିମନ୍ତେ ପ୍ରତୀକ୍ଷମାଣ ।

ଆଧାର

[edit | edit source]
  1. https://web.archive.org/web/20121119182242/http://geeta-kavita.com/hindi_sahitya.asp?id=95