Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ତୁମକୁ ମୁଁ ତ କନ୍ଦେଇ ଥିଲି

From Wikimedia Incubator
ହରିବଂଶ ରାଏ ବଚ୍ଚନ > କବିତା: ତୁମକୁ ମୁଁ ତ କନ୍ଦେଇ ଥିଲି

ତୁମକୁ ମୁଁ ତ କନ୍ଦେଇ ଥିଲି [1][edit | edit source]

(था तुम्हें मैंने रुलाया!)

ଥିଲା ତୁମର ମୃଦୁଳ ଇଚ୍ଛା  !
ହାୟ, ମୋହର କଟୁ ଅନିଚ୍ଛା
ଅଧିକ କିଛି ମାଗି ନ ଥିଲ, କିନ୍ତୁ ଦେବାକୁ ମୁଁ ଅକ୍ଷମ ଥିଲି
ତୁମକୁ ମୁଁ ତ କନ୍ଦେଇ ଥିଲି ।

ସ୍ନେହ କଣିକା ତରଳ ଥିଲା
ମଧୁ ନା ସୁଧା- ଗରଳ ଥିଲା
ଉଦାର, ଏକ କ୍ଷଣ ନିମନ୍ତେ କାହିଁକି ତୁମକୁ ବୁଝି ନ ଥିଲି
ତୁମକୁ ମୁଁ ତ କନ୍ଦେଇ ଥିଲି ।

କାଲିର ବୁନ୍ଦା ଆଜି ସାଗର
ବସି ରହିଛି, ପାଖରେ ତୀର
ଏଠାରେ ବୁଡିଯାଇ ନିଜର ଅନ୍ତ ମୁଁ କାହିଁକି କରି ନ ଥିଲି
ତୁମକୁ ମୁଁ ତ କନ୍ଦେଇ ଥିଲି ।

ଆଧାର[edit | edit source]

  1. http://hindipoetry.wordpress.com/category/harivansh-rai-bachchan/