Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: କେବେ ମନା ହୋଇଥିଲା

From Wikimedia Incubator
ହରିବଂଶ ରାଏ ବଚ୍ଚନ > କବିତା: କେବେ ମନା ହୋଇଥିଲା

କେବେ ମନା ହୋଇଥିଲା [1][edit | edit source]

କଳ୍ପନା ହସ୍ତରେ କମନୀୟ ଯେଉଁ ମନ୍ଦିର ତିଆର ଥିଲା
ଭାବନା ହସ୍ତରେ ଯେଉଁଠାରେ ସେହି ବିତାନ ତିଆର ଥିଲା
ନିଜସ୍ଵ ହସ୍ତରେ ସୁସ୍ଵପ୍ନ ତାହାକୁ ରୁଚିରେ ସଜାଡି ଥିଲା
ସ୍ଵର୍ଗର ଦୁଷ୍ପ୍ରାପ୍ୟ ରଙ୍ଗ ଓ ରସରେ ଯାହାକୁ ରଙ୍ଗେଇ ଥିଲା
ପଥର ଓ ଇଟା ଯୋଡା ହୋଇଥିଲା, ଧ୍ଵଂସସାତ ହୋଇଗଲା
ନିଜର ଶାନ୍ତ କୁଡିଆ ତିଆରି କେବେ ମନା ହୋଇଥିଲା ?
ଅନ୍ଧାର ରାତିରେ ଦୀପ ଜାଳିବା କେବେ ମନା ହୋଇଥିଲା ?

ବାଦଲ ଲୁହ ଦ୍ଵାରା ବିଧ୍ରୌତ ନଭ-ନୀଳ ନିଳିମା, ଭରି
ପ୍ରସ୍ତୁତ ହୋଇ ଥିଲା ମଧୁପାତ୍ର ମନୋହର ମନ ହାରି
ପ୍ରଥମ ଉଷା କିରଣ ସମ ନାଲି ରଙ୍ଗରେ ଥିଲା ମଦିରା
ଚମକୁ ଥିଲା ପାତ୍ରରେ ଯେମିତି ନବ ଘନ ସୌଦାମିନୀ
ଦୁଇ ହାତରେ ଦୃଢେ ରହି ଥାଇ ଯଦି ବି ସେ ଭାଙ୍ଗିଗଲା
ନିର୍ମଳ ସ୍ରୋତରେ ଶୋଷ ମେଣ୍ଟିବା କେବେ ମନା ହୋଇଥିଲା ?
ଅନ୍ଧାର ରାତିରେ ଦୀପ ଜାଳିବା କେବେ ମନା ହୋଇଥିଲା ?

କି ମୂହୁର୍ତ୍ତ ଥିଲା ଗୋଟିଏ ବି ଚିନ୍ତା ମନକୁ ଆସି ନ ଥିଲା
କାଳିମା ତ ଦୂର, ଛାୟା ବି ପତାରେ କେବେ ବି ଛାଇ ନ ଥିଲା
ଆଖିରେ ମସ୍ତି ଇସାରା ଥିଲା, କଥାରେ ମସ୍ତି ଝରି ପଡୁଥିଲା
ଏମିତି ହସ ଥିଲା ଯାହା ଶୁଣି ମେଘକୁ ଲାଜ ଲାଗିଲା
ସିଏ ଗଲା ଜାଣ ଉଲ୍ଲାସ ଆଧାର ସବୁ ନେଇ ଚାଲିଗଲା
ଅସ୍ଥିର ସମୟେ ମୁଖରେ ହସ କେବେ ମନା ହୋଇଥିଲା ?
ଅନ୍ଧାର ରାତିରେ ଦୀପ ଜାଳିବା କେବେ ମନା ହୋଇଥିଲା ?

ହାଏ ଉନ୍ମାଦ ଦୃଶ୍ୟ ଯହିଁରେ ରାଗ ଜାଗରିତ ହେଲା
ବୈଭବରୁ ଆଖି ଫେରେଇ ନେଇ ଗୀତର ବର ମାଗିଲା
ଏକ ଅନ୍ତରରୁ ଅନ୍ୟରେ ଧ୍ଵନି ନିରନ୍ତର ଶୁଭୁଥିଲା
ଗୀତ ଗାଇ ଗାଇ ଅମ୍ବର ଅବନୀ ମତୁଆଲା କରିଦେଲା
ମନ ପ୍ରଫୁଲ୍ଲ କରିବା ପରେ ଅନ୍ତ ତାର ହୋଇଗଲା
ଅଧା ପଦକୁ ଗୁଣୁଗୁଣେଇବା କେବେ ମନା ହୋଇଥିଲା ?
ଅନ୍ଧାର ରାତିରେ ଦୀପ ଜାଳିବା କେବେ ମନା ହୋଇଥିଲା ?

ହାଏ ସେ ସାଥୀ ଲୌହ ଚୁମ୍ବକ ସମ ଆକର୍ଷିତ ହେଲା
ପାଖକୁ ଆସି ହୃଦୟରେ ସେ ଆସ୍ଥାନ ଜମେଇ ଦେଲା
ଦିନ କଟିଲା ଯେମିତି ବୀଣା ସୁର ମିଶେଇଛି କେହି
ଏକ ସୁମିଷ୍ଟ ଅତୀବ ପ୍ରିୟ ଜୀବନ ସଂଗୀତ ଗାଇ
ଗଲେ ସେମାନେ ଭାବନା ହେଲା କେବେ ଫେରିବେ ନାହିଁ
ମନର ମିତ ଖୋଜିବା ଲୟ କେବେ ମନା ହୋଇଥିଲା ?
ଅନ୍ଧାର ରାତିରେ ଦୀପ ଜାଳିବା କେବେ ମନା ହୋଇଥିଲା ?

ଉଜୁଡା ପ୍ରେମର ଆଶ୍ରୟ ସେହି ମରୁତ କ ଅଣ ଥିଲା
ଯେତେକ ଗୋଳମାଳ ତୁ କଲୁ କିଛି ବି କାମ ନ କଲା
ବିନାଶ ଶକ୍ତି ସାଥେ ଚାଲିବା କାହାର ଯୋର ଅଛି
କିନ୍ତୁ ପ୍ରତିନିଧି ସୃଷ୍ଟିର ତୁମେ କହିବାକୁ ନିଶ୍ଚେ ହେବ
ସମସ୍ତ ସୃଷ୍ଟି ଉଜୁଡି ଯାଏ ପ୍ରକୃତି ଜଡ ନିୟମ ଏହା
ଉଜୁଡାକୁ ଥଇଥାନ ପୁନଶ୍ଚ କେବେ ମନା ହୋଇଥିଲା ?
ଅନ୍ଧାର ରାତିରେ ଦୀପ ଜାଳିବା କେବେ ମନା ହୋଇଥିଲା ?

ଆଧାର[edit | edit source]

  1. https://web.archive.org/web/20121119190339/http://geeta-kavita.com/hindi_sahitya.asp?id=417