Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ଆକାଶରେ ଦେଖ ତାରା ଖସୁଛି

From Wikimedia Incubator
ହରିବଂଶ ରାଏ ବଚ୍ଚନ > କବିତା: ଆକାଶରେ ଦେଖ ତାରା ଖସୁଛି

ଆକାଶରେ ଦେଖ ତାରା ଖସୁଛି [1][edit | edit source]

ସୀମାହୀନ ନଭ ପଟଳରେ,
ଝଲସି ଖସୁଛି ରେଖା ପଥରେ,
ବିଲୁପ୍ତ ଶୂନ୍ୟରେ, ନିଶା-ଦୀପ ଏକ ଲିଭି ଯାଉଛି! ।
ଆକାଶରେ ଦେଖ ତାରା ଖସୁଛି ।

ତାରକା ମଣ୍ଡଳେ କାନ୍ଦ ଶୁଭୁନି,
ଦି ଟୋପା ଲୁହ ଖସି ପଡୁନି,
କାହା ଛାତିରେ ଆହା ଉଠୁନି ଅନ୍ତ ଆମର ଯେବେ ହେଉଛି !!!! ।
ଆକାଶରେ ଦେଖ ତାରା ଖସୁଛି ।

ପରାଧୀନତା ନା ନିର୍ମମତା ?
ନିର୍ବଳତା ନା ବଳ କ୍ଷମତା?
ବିନଷ୍ଟ ଏକ, ତାରକା ଦଳ ଦୂରେ ଠିଆ ହୋଇ ଦର୍ଶାଉଅଛି ।
ଆକାଶରେ ଦେଖ ତାରା ଖସୁଛି ।

ଆଧାର[edit | edit source]

  1. https://web.archive.org/web/20200510134022/http://www.geeta-kavita.com/indian_poetry_list.asp?author=Harivansh_Rai_Bachchan