Wq/or/କବିତା/ହରିବଂଶ ରାଏ ବଚ୍ଚନ/କବିତା: ଅନ୍ଧାର ରାତିରେ ଦୀପ ଜଳେଇ
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ? [1]
[edit | edit source]ଏମିତି ମେଘ ନଭେ ଉଠିଲା
ଲୁଚିଲେ ସବୁ ଚନ୍ଦ୍ର ଓ ତାରା,
ସେହି ନଭରେ ଝଡ ଉଠିଲା,
ଥିଲା ଯେତେକ ଦୀପ ଲିଭିଲା,
କିନ୍ତୁ,
ଏ ଭଳି ରାତିରେ ଶିଖା ଲଗେଇ ବସିଛି କିଏ ?
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?
ଆକାଶେ ଗର୍ବରେ ଉଠି ଉଠି,
ଆକାଶେ ଗର୍ବରେ ଘୁରି ଘୁରି,
କହୁଛି ମେଘ ଗର୍ଜନ କରି,
ଉଜ୍ଜ୍ଵଳ ଆଉ କେବେ ହେବନି,
କିନ୍ତୁ,
ଚିର ଜ୍ୟୋତିରେ ନିଷ୍ଠାର ସହ ବସିଛି କିଏ ?
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?
ରାଜ୍ୟ ଏମିତି ଅନ୍ଧାର ହେଲା,
ତୀବ୍ର ଆତଙ୍କ ଛାଇ ରହିଲା,
ମୁଣ୍ଡ ଉଠେଇ ଯେ ଚାଲୁଥିଲେ,
ସେମାନେ ମୁଣ୍ଡ ତଳକୁ କଲେ,
କିନ୍ତୁ,
ବିଦ୍ରୋହ ଅଗ୍ନି ଜଳେଇ ସେଠି ବସିଛି କିଏ ?
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?
ପ୍ରଳୟ ଶିଖା ସମସ୍ତ ବାନ୍ଧି ,
ପ୍ରଳୟ ରାତି ଆସିଛି ଛାଇ,
ବିନାଶ ଶକ୍ତି ଯେତେକ ଅଛି,
ତିମିର ସାଥେ ସାଙ୍ଗ ହୋଇଛି,
କିନ୍ତୁ,
ନିର୍ମାଣ ଆଶା ଜୁଟେଇ କରି ବସିଛି କିଏ ?
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?
ପ୍ରଭଞ୍ଜକ ହେଲା ମେଘ ଦାମିନୀ,
କିବା ଭାଙ୍ଗିନି, କିବା ଫାଟିନି,
ଧରା ଆକାଶ ମଝିରେ ରହି,
କିଛି ବି ଚିହ୍ନ ଛାଡିଲା ନାହିଁ,
କିନ୍ତୁ,
ନିଜ ବିଶ୍ଵାସ ବଞ୍ଚେଇ ରଖି ବସିଛି କିଏ,
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?
ପ୍ରଣୟ କଥା କେ ଅଛି ଯାହାର,
ପ୍ରଳୟ ରାତେ ଭାବନା ହୁଏ,
କିନ୍ତୁ ପ୍ରେମର ବନ୍ଧନେ ପଡି,
ଧୀଶକ୍ତି କିଏ ହଜେଇ ନାହିଁ ?
କାହା ରାସ୍ତାରେ ପଲକ ବିଛେଇ ବସିଛି କିଏ ?
ଅନ୍ଧାର ରାତିରେ ଦୀପ ଜଳେଇ ବସିଛି କିଏ ?