Wq/or/କବିତା/ସନ୍ଥ କବୀର/ ୯୬: ଆସି ପାରିବିନି
Appearance
ଆସି ପାରିବିନି[1]
[edit | edit source]ଆସି ପାରିବିନି ତୁମ ପାଖକୁ, ଡାକି ପାରିବିନି ହେଳେ,
ହୃଦୟ ମୋର ରହି ଏକାକୀ ବିରହ ଅଗ୍ନିରେ ଜଳେ ।
ଦେହ ଜାଳିବି, ପାଉଁଶ ହେବ, ଧୂଆଁ ଯିବ ଆକାଶକୁ,
ରାମଙ୍କ ମାନେ ଦୟା ଆସିଲେ, ଲିଭେଇ ଦେବେ ଅଗ୍ନିକୁ ।
ତନୁକୁ ଜାଳି କାଳି କରି ମୁଁ, ଲେଖିବି ରାମଙ୍କ ନାମ,
ଅସ୍ଥିରେ ମୋର କଲମ ହେବ, ଚିଠି ଯିବ ରାମ ଧାମ ।
ଏହି ତନୁକୁ ଦୀପ କରିବି, ସଳିତା ହେବ ମୋ ପ୍ରାଣ,
ମୋ ଲହୁ ଜଳି ଆଲୋକ ହେବ, ଦେଖିବି ପ୍ରଭୁଙ୍କୁ ଜାଣ ।
ବିରହ ଜ୍ଵାଳା ନିବାର କର, ଅଥବା ଦର୍ଶନ ଦିଅ,
ଆଠ ପ୍ରହାର ଏହି ଯନ୍ତ୍ରଣା, ମୋ ପାଇଁ ହୁଏ ଅସହ୍ୟ ।