Wq/or/କବିତା/ସନ୍ଥ କବୀର/ ୯୫: ଗୁରୁଙ୍କ ବଡପଣ
Appearance
ଗୁରୁଙ୍କ ବଡପଣ[1]
[edit | edit source]ରାମ ନାମର ମହିମା ଏତେ , କିବା ଦେବି ପ୍ରତିଦାନ,
କରିବି ତାଙ୍କୁ ଖୁସି କେମିତି, ଅପୂର୍ଣ ରହିଲା ମନ ।
ସତ ଗୁରୁଠାରୁ ଆତ୍ମୀୟ ନାହିଁ, ନା ଧର୍ମ ଶିକ୍ଷ୍ୟା ଦାନ ସମ,
ହରି ସମ ନାହିଁ ଉପକାରୀ , ନା ଗୋଷ୍ଠୀ ହରି ଭକ୍ତ ସମ ।
ଗୁରୁ ଯାହାର ଅନ୍ଧ ଥାଆନ୍ତି, ତା ଶିଷ୍ୟ ଜନମରୁ ଅନ୍ଧ,
ଅନ୍ଧ ଦେଖେଇଲେ ଅନ୍ଧକୁ ପଥ, ଦୁହେଁ କୂପରେ ପତିତ ।
ବୁଡୁଥିଲି ମୁଁ ଉଦ୍ଧୃତ ହେଲି, ଗୁରୁ-ଉର୍ମି ଟେକି ଦେଲା,
ଡିଆଁ ମାରି ମୁଁ ପଳେଇ ଗାଳି, ପଛେ ଡଙ୍ଗା ଭଗ୍ନ ହେଲା ।
ଗୁରୁ ମିଳିଲେ ବାର ମିଳିଲା, ବିନା ଗୁରୁ ହଜିଯିବ, (ବର – ଈପ୍ସିତ ବସ୍ତୁ)
ଅଗ୍ନି ଶିକ୍ଷାରେ ପତଙ୍ଗ ଭଳି, ଜ୍ଞାନ ଥାଇ ବି ପଡିବ ।
ମାୟା ପ୍ରଦୀପ, ମନ ପତଙ୍ଗ, ଚକ୍ରାକାରେ ଝାସ ଦିଏ,
କବୀର, ଗୁରୁ ଜ୍ଞାନ ଯୋଗରୁ କେହି କେହି ରକ୍ଷା ପାଏ ।
ଆଧାର
[edit | edit source]<references>